www.samajalive.in
Monday, December 15, 2025
16.1 C
Bhubaneswar

ଡିସେମ୍ବରରେ ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଅଫ୍‍ଲାଇନ୍‍ ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଚଳିତବର୍ଷ ନଭେମ୍ବର ଏବଂ ଡିସେମ୍ବର ମାସରେ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରଥମ ଟର୍ମ ପରୀକ୍ଷା ଅଫ୍‍ଲାଇନ୍‍ ମାଧ୍ୟମରେ କରିବ। ପରୀକ୍ଷା ସୂଚୀ ଚଳିତମାସ ୧୮ତାରିଖରେ ପ୍ରକାଶ ପାଇବ। ସିବିଏସ୍‍ଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପରୀକ୍ଷାରେ ବିଷୟବସ୍ତୁ ସମ୍ବଳିତ ପ୍ରଶ୍ନ ରହିବ ଏବଂ ପ୍ରତ୍ୟେକ ସିଟିଂ ପାଇଁ ଦେଢ଼ ଘଣ୍ଟା ସମୟ ନିର୍ଦ୍ଧାରଣ କରାଯାଇଛି ।

ତେବେ ନଭେମ୍ବର ଏବଂ ଡିସେମ୍ବର ମାସରେ ଥଣ୍ଡା ଅନୁଭୂତ ହେବାକୁ ଥିବାରୁ ସକାଳ ସାଢ଼େ ୧୦ଟା ବଦଳରେ ସାଢ଼େ ୧୧ଟାରେ ପରୀକ୍ଷା ଆରମ୍ଭ
ହେବ । ଏହି ପରୀକ୍ଷା ପରେ ଏହାର ଫଳାଫଳ ଘୋଷଣା କରାଯିବ । ସେହିପରି ଦ୍ୱିତୀୟ ଟର୍ମ ପରୀକ୍ଷା ୨୦୨୨ ମସିହା ମାର୍ଚ୍ଚ ଏବଂ ଏପ୍ରିଲ ମାସରେ କରାଯିବ । ତେବେ ତାହା ଅଫ୍‍ଲାଇନ୍‍ କିମ୍ବା ଅନ୍‍ଲାଇନରେ ହେବ, ସେହି ସମୟରେ କୋଭିଡ ସ୍ଥିତିକୁ ଦେଖି ନିଷ୍ପତ୍ତି ଗ୍ରହଣ କରାଯିବ। ପ୍ରଥମ ଟର୍ମ ପରୀକ୍ଷା ପରେ କୌଣସି ବିଦ୍ୟାର୍ଥୀଙ୍କୁ ପାସ୍‍, କମ୍ପାଟମେଣ୍ଟ ଭଳି ଶ୍ରେଣୀରେ ରଖାଯିବ ନାହିଁ । ଦୁଇଟି ଟର୍ମ ପରୀକ୍ଷା ସରିବା ପରେ ଅନ୍ତିମ ଫଳାଫଳ ଘୋଷଣା କରାଯିବ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories