କମିବ ଶୀତ, ବଢିବ ତାତି
![](https://samajalive.in/wp-content/uploads/2025/01/Capture-139.jpg)
ଭୁବନେଶ୍ବର : ଆଗାମୀ ସପ୍ତାହେ ଯାଏଁ ରାଜ୍ୟରେ ତାପମାତ୍ରା ଅଧିକ ରହିବ । ଆସନ୍ତାକାଲିଠୁ ଶୀତ କମିବା ସହ ତାପମାତ୍ରା ବଢିବ । ସପ୍ତାହେ ଯାଏଁ ଗରମ ଅନୁଭୂତି ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏବେ ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି । ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଓ ରାତି ତାପମାତ୍ରା ଅଧିକ ରହିବ । ତେବେ ତାପମାତ୍ରା ବୃଦ୍ଧି ସହ ୪୮ ଘଣ୍ଟା ଘନ କୁହୁଡି ଅସ୍ତବ୍ୟସ୍ତ କରିପାରେ । ୨୪ ଜିଲାରେ ଘନ କୁହୁଡି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)
Comments are closed.