www.samajalive.in
Friday, December 5, 2025
27.1 C
Bhubaneswar

ଶ୍ରୀମନ୍ଦିର ପାର୍ଶ୍ବରେ ବାନା ଭଳି କପଡ଼ା ଧରି ଚିଲ ଉଡ଼ିବା ଭିଡିଓ ପ୍ରଘଟ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଏକ ଚିଲ ଥଣ୍ଟରେ ବାନା ପରି ଦିଶୁଥିବା ଏକ ହଳଦିଆ କପଡ଼ା ଧରି ଉଡ଼ୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଦେଖିବା ପରେ ଜଗନ୍ନାଥପ୍ରେମୀ ମାନେ ଭୟଭୀତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଉପରେ ଚୂନରା ସେବକମାନେ ଧ୍ବଜା ନୀତି ସମ୍ପନ୍ନ କରୁଥିବାବେଳେ ଏକ ଚିଲ ଶ୍ରୀମନ୍ଦିର ଉପର ପାର୍ଶ୍ବରେ ଧ୍ବଜା ପରି ଦେଖାଯାଉଥିବା ଏକ ହଳଦିଆ କପଡ଼ା ଧରି ଉଡ଼ୁଥିବା କିଛି ସମୟ ପାଇଁ ଦେଖିବାକୁ ମିଳିଥିଲା। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ଏଭଳି ଦୃଶ୍ୟ ଦେଖି ଶ୍ରଦ୍ଧାଳୁମାନେ ଭୟଭୀତ ହୋଇପଡ଼ିଛନ୍ତି। କାରଣ ଶ୍ରୀମନ୍ଦିର ଉପରେ ଚିଲ ଉଡ଼ିବା ଏକ ଅଶୁଭ ସଙ୍କେତ ହୋଇଥିବାରୁ ଲୋକେ ଆଶଙ୍କିତ ରହିଛନ୍ତି। କିଛି ଲୋକ ଏହାକୁ ମହାବିପତ୍ତି ଆସୁଥିବା ନେଇ ପୂର୍ବ ସୂଚନା ବୋଲି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି। ଆଉ କିଛି ଲୋକଙ୍କ ମତରେ, ରାଜ୍ୟରେ ଯେବେ ବି ମହାବିପତ୍ତି ମାଡ଼ି ଆସିବାର ପୂର୍ବ ସୂଚନା ମୁତାବକ ମହାପ୍ରଭୁ କିଛି ନା କିଛି ସତର୍କ ସଙ୍କେତ ଦେଇଥାନ୍ତି ବୋଲି ଲେଖିଛନ୍ତି। ତେବେ ଏପରି ସଙ୍କେତ ଭାରତ ତଥା ବିଶ୍ୱ ପାଇଁ ଶୁଭଙ୍କର ନୁହେଁ ବୋଲି ଜଗନ୍ନାଥପ୍ରେମୀ କହିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories