ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ: ୫ ଆୟୋଜକଙ୍କ ନାଁରେ ମାମଲା

ବ୍ରହ୍ମପୁର : ଦଣ୍ଡଯାତ୍ରା ଉପଲକ୍ଷେ ଆୟୋଜିତ ନାଟକ ବେଳେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରାଇବା ଏବଂ ମାତ୍ରାଧିକ ଶବ୍ଦରେ ଗୀତ ପରିବେଷଣ କରିଥିବା ୫ ଜଣ ଆୟୋଜକଙ୍କ ନାଁରେ ବୈଦ୍ୟନାଥପୁର ଥାନା ପୁଲିସ ମାମଲା ରୁଜୁ କରିଛି।  ଗତକାଲି ବିଳମ୍ବିତ ରାତିରେ ଗୋଇଲୁଣ୍ଡି ମୁଖ୍ୟରାସ୍ତାରେ ନାଚ ଆୟୋଜନ ବେଳେ ଆୟୋଜକ ନାଟକ ମଞ୍ଚସ୍ଥ କରିବା, ରାସ୍ତା ଖୋଳି ଷ୍ଟେଜ କରିବା ଓ ମୁଖ୍ୟ ରାସ୍ତା ଅବରୋଧ ପାଇଁ ପ୍ରଶାସନ ଠାରୁ ଅନୁମତି ନେଇନଥିବା ପୁଲିସ ପକ୍ଷରୁ କୁହାଯାଇଛି।

Comments are closed.