ରାଉରକେଲା: ବ୍ରାହ୍ମୁଣୀ ତରଙ୍ଗ ଥାନା ସାନପତରାପାଲି ରାସ୍ତାକଡ଼ରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ସୂଚନା ମିଳିଛି। ଖବର ପାଇ ବ୍ରାହ୍ମୁଣୀ ତରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ସାଇଣ୍ଟିଫିକ୍ ଟିମ ସହାୟତାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପାରିପାର୍ଶିକ ପରିସ୍ଥିତି ଏବଂ ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ କେହି ମାରି ଏଠାରେ ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରୁଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ସହ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
Popular Categories



