www.samajalive.in
Monday, December 15, 2025
27.1 C
Bhubaneswar

ଜାଣନ୍ତୁ, କେଉଁ ମନ୍ଦିରରେ ମହିଳାଙ୍କ ପ୍ରବେଶ ନିଷେଧ

ଛତିଶଗଡରେ ମାଆଙ୍କର ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ମହିଳା ଭକ୍ତମାନଙ୍କ ପ୍ରବେଶ ନିଷେଧ ଅଟେ। ଏହି ମନ୍ଦିର ଛତିଶଗଡର ଧମତରୀ ଠାରୁ ପାଞ୍ଚ କିଲୋମିଟର ଦୂର ପୂରୁର ଠାରେ ଅବସ୍ଥିତ ଅଟେ। ଏଠାରେ ମାଆ ମାବଲି ବିରାଜମାନ କରିଛନ୍ତି।
ଲୋକ କଥାନୁଯାୟୀ, ଏହି ମନ୍ଦିରକୁ ଆସୁଥିବା ବ୍ୟକ୍ତି ମାଆଙ୍କ ଦର୍ଶନ ମାତ୍ରେ ତାଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯାଇଥାଏ। ମାଆଙ୍କ କୃପା ଲାଭ ପାଇଁ ଏହି ମନ୍ଦିରକୁ ବହୁ ଦୂରଦୁରାନ୍ତରୁ ଭକ୍ତମାନେ ଆସିଥାନ୍ତି। ପ୍ରତିବର୍ଷ ଏହି ମନ୍ଦିରରେ ନବରାତ୍ରି ଦିନ ୧୬୬ଟି ଦୀପ ପ୍ରଜ୍ୱଳିତ କରାଯାଇଥାଏ।
ମାତା ମାବଲିଙ୍କ ଦର୍ଶନ ପାଇଁ କେବଳ ପୁରୁଷମାନେ ହିଁ ଏଠାକୁ ଯାଇଥାନ୍ତି। ମହିଳା ଭକ୍ତମାନଙ୍କ ପାଇଁ ଏହି ମନ୍ଦିରରେ ପ୍ରବେଶ ବାରଣ କରାଯାଇଛି।
ମନ୍ଦିରର ପୂଜାରୀ ଶ୍ୟାମଲାଲ ସାହୁ ଓ ଶିବ ଠାକୁର କହିଛନ୍ତି ଯେ, ଏହି ମନ୍ଦିର ବହୁ ପୁରାତନ ଅଟେ। ଥରେ ମନ୍ଦିରର ପୂର୍ବତନ ପୂଜାରୀ ସେମାନଙ୍କୁ କହିଥିଲେ ଯେ, ଥରେ ଭୂମିରୁ ମାତା ମାବଲୀ ବାହାରୁ ଥିବାର ସ୍ୱପ୍ନରେ ଦେଖିଥିଲେ। ଏବଂ ମାତା ନିଜେ ଅବିବାହିତ ଥିବାରୁ ମହିଳା ଭକ୍ତମାନଙ୍କୁ ସେହି ମନ୍ଦିର ଯିବାକୁ ବାରଣ କରିଥିଲେ। ସ୍ୱପ୍ନ ଅନୁଯାୟୀ ସେହି ମନ୍ଦିରକୁ ମହିଳାଙ୍କ ପ୍ରବେଶ ନିଷେଧ କରାଯାଇଛି। ମନ୍ଦିର ନିର୍ମାଣ ଦିନ ଠାରୁ ମାବଲି ମନ୍ଦିରକୁ କେବଳ ପୁରୁଷ ଭକ୍ତମାନେ ଯାଇଥାନ୍ତି।
ସକାଳୁ ହିଁ ଏହି ମନ୍ଦିରରେ ଭକ୍ତଙ୍କ ଭିଡ ଲାଗି ଯାଇଥାଏ। ମନୋକାମନା ପୂର୍ଣ୍ଣ ହେବା ପରେ ଭକ୍ତମାନେ ଏଠାରେ ଭୋଗ କରି ଯାଆନ୍ତି। ମାତା ମାବଲୀଙ୍କ ଦର୍ଶନ ପାଇଁ ଭାରତର ଅନେକ ସ୍ଥାନରୁ ଶ୍ରଦ୍ଧାଳୁମାନେ ଯାଇଥାନ୍ତି।
ମହିଳାଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା:
ମାବଲୀ ମନ୍ଦିରକୁ ମହିଳାଙ୍କ ପ୍ରବେଶ ନିଷେଧ ଅଟେ। ସେହି କାରଣରୁ ମନ୍ଦିର ପରିସରରେ ମହିଳାମାନଙ୍କ ଦର୍ଶନ ପାଇଁ ଗୋଟିଏ ଛୋଟ ମନ୍ଦିର ନିର୍ମାଣ କରାଯାଇଛି। ଏଠାରେ ମହିଳାମାନେ ମାଆଙ୍କୁ ଦର୍ଶନ କରି ମାନସିକ କରିଥାନ୍ତି। ମନୋକାମନା ପୂର୍ଣ୍ଣ ହେବା ପରେ ମହିଳାମାନେ ମାଆଙ୍କ ନିକଟରେ ଲୁଣ, ଲଙ୍କା, ଚାଉଳ, ଶାଢୀ, ଓଢଣୀ ଇତ୍ୟାଦି ଚଢାଇଥାନ୍ତି।ଗ୍ରାମର କିଛି ମହିଳା କହିଛନ୍ତି ଯେ, ଏଠାରେ ମହିଳାଙ୍କ ପ୍ରବେଶ ନିଷେଧ ହୋଇଥିବାରୁ ପରିସର ମଧ୍ୟରେ ନିର୍ମାଣ କରାଯାଇଥିବା ମନ୍ଦିରକୁ ଯାଇଥାନ୍ତି। ସେହି ଛୋଟ ମନ୍ଦିରରେ ମଧ୍ୟ ନିଜର ସମସ୍ତ ମାନସିକ କରିଥାନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories