ମନ୍ଦିର ମଞ୍ଚ ଭୁଶୁଡି ୪ ଶ୍ରଦ୍ଧାଳୁ ମୃତ

0

ଅମରାବତୀ : ଆନ୍ଧ୍ରପ୍ରଦେଶର କଡପ୍ପା ଜିଲା ଅନ୍ତର୍ଗତ ଓଣ୍ଟିମିଟା ସହରରେ ଥିବା ଏକ ରାମ ମନ୍ଦିରରେ ଶୁକ୍ରବାର ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ଅସ୍ଥାୟୀ ମଞ୍ଚ ଭୁଶୁଡି ପଡିବା ଫଳରେ ୪ ଜଣ ପ୍ରାଣ ହରାଇଛନ୍ତି ଓ ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ରାମନବମୀ ଉତ୍ସବ ପାଳନ ନିମନ୍ତେ ଏହି ବନ୍ଦୋବସ୍ତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁୁ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ତେବେ ନାଇଡୁ ପହଞ୍ଚିବାର ପ୍ରାୟ କୋଡିଏ ମିନିଟ ପୂର୍ବରୁ ହଠାତ୍‌ ବର୍ଷା ଓ ପବନ ଯୋଗୁଁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଥିଲା। ଫଳରେ ଲୋକମାନେ ଇତଃସ୍ତତ ହୋଇ ଦୌଡାଦୌଡି କରୁଥିବାବେଳେ ମଞ୍ଚଟି ଭୁଶୁଡି ପଡିଥିଲା। ଦୁଇଜଣ ଲୋକଙ୍କ ଉପରେ ଟିଣ ଛାତ ଖସିପଡିବାରୁ ଘଟଣାସ୍ଥଳରେ ସେମାନଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଜଣେ ମହିଳା ଭକ୍ତଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ବିଦ୍ୟୁତ ସ୍ପର୍ଶରେ ପ୍ରାଣ ହରାଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ସେଠାରେ ପହଞ୍ଚିବାପରେ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହୋଇଥିଲା।

Leave A Reply