www.samajalive.in
Sunday, December 7, 2025
23.1 C
Bhubaneswar

ଜପ ଓ ସାଧନା କରିବାର ପ୍ରକୃଷ୍ଟ ସ୍ଥାନ ମନ୍ଦିର

ମନ୍ଦିର ଏକ ଏପରି ସ୍ଥାନ ଯେଉଁଠି ଜପ ଓ ସାଧନା କରିବା ଦ୍ବାରା ଜୀବନରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ଏହାସହ ମନ୍ଦିରରେ ଉତ୍ପନ୍ନ ହେଉଥିବା ଶବ୍ଦ ଦ୍ବାରା ଜୀବନରେ ସୁଖଶାନ୍ତିର ଆଗମନ ହୋଇଥାଏ। ମନ୍ଦିରରେ ଇଷ୍ଟ ଦେବାଦେବୀଙ୍କୁ ଜାଗୃତ କରିବା ପାଇଁ ଘଣ୍ଟି ଲଗାଯାଇଥାଏ। ପୂଜା କରିବା ବେଳେ ଆମେ ସର୍ବଦା ଘଣ୍ଟିର ସାହାଯ୍ୟ ନେଇଥାଉ। ଏହାଦ୍ବାରା ମନ୍ଦିରର ପରିବେଶ ଶୁଦ୍ଧ ରହିଥାଏ।

ପୌରାଣିକ ମାନ୍ୟତା ଅନୁଯାୟୀ, ପ୍ରତିଦିନ ବ୍ୟକ୍ତି ପୁଣ୍ୟ ପ୍ରାପ୍ତି ପାଇଁ ମନ୍ଦିର ଯାଇଥାଆନ୍ତି। କିନ୍ତୁ ଯଦି ସେହି ବ୍ୟକ୍ତି କୌଣସି କାରଣରୁ କେବେ ମନ୍ଦିର ଯାଇ ପାରନ୍ତି ନାହିଁ ତେବେ ତାଙ୍କ ପୁଣ୍ୟ କ୍ଷୟ ହୋଇ ନ ଥାଏ। ଯଦି ଆପଣ ମନ୍ଦିର ଭିତରକୁ ପ୍ରବେଶ କରି ପାରୁ ନାହାଁନ୍ତି ତେବେ ବାହାରୁ ମଧ୍ୟ ପ୍ରଣାମ କରିପାରିବେ। ମନ୍ଦିର ବାହାରେ ରହି ତା’ର ଶିଖରକୁ ପ୍ରଣାମ କରନ୍ତୁ। ମନ୍ଦିରର ଶିଖର ଦର୍ଶନ ଓ ପ୍ରଣାମ କରିବା ଦ୍ବାରା ମଧ୍ୟ ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏପରି କରିବା ଦ୍ବାରା ମନ୍ଦିରରେ ଠାକୁରଙ୍କ ପ୍ରତିମା ଦର୍ଶନ କରିବା ପରି ପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହାଦ୍ବାରା ବ୍ୟକ୍ତିଙ୍କର ସମସ୍ତ ପାପ ନଷ୍ଟ ହୋଇଯାଇଥାଏ।

- Advertisement -

ମନ୍ଦିର ଉଚ୍ଚ ହେବା ଓ ତା’ର ଉପରି ଭାଗରେ ପତାକା ଲଗାଯିବା ପଛରେ ଅନେକ କାରଣ ରହିଛି। ମନ୍ଦିରର ଶିଖରରେ ପତାକା ରହିବା କାରଣରୁ ଯେକୌଣସି ବ୍ୟକ୍ତି ତାହା ଭଲ ଭାବେ ଦର୍ଶନ କରିପାରିବେ। ଯେବେ ବି ଆପଣ କୌଣସି ମନ୍ଦିର ଦେଇ ଯାଉଛନ୍ତି ସେତେବେଳେ ତା’ର ପତାକା ଓ କଳସକୁ ପ୍ରଣାମ କରି ଯାଆନ୍ତୁ। ମନ୍ଦିରର ଶିଖରକୁ ପ୍ରଣାମ କରିବା ବେଳେ ସର୍ବଦା ଆଖି ବନ୍ଦ କରି ନିଜ ଇଷ୍ଟ ଦେବାଦେବୀଙ୍କୁ ଧ୍ୟାନ କରନ୍ତୁ। ଏପରି କରିବା ଦ୍ବାରା ମନ୍ଦିର ଯିବା ପରି ପୁଣ୍ୟ ପ୍ରାପ୍ତି ହୋଇଥାଏ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories