www.samajalive.in
Monday, December 15, 2025
24.1 C
Bhubaneswar

୯ ସ୍ଥାନରେ ପାରଦ ୪୦ଡିଗ୍ରୀ ଉପରେ

ଭୁବନେଶ୍ୱର  : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଓଡ଼ିଶା ଛୁଇଁବାକୁ ଦୁଇ ସପ୍ତାହ ବାକି ଥିବାବେଳେ ଏବେ ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ଥିବାବେଳେ ଉପକୂଳରେ ବି ତାତି ବଢ଼ିବାରେ ଲାଗିଛି। ଟିଟିଲାଗଡ଼ ଆଜି ସବୁଠୁ ଉତ୍ତପ୍ତ ସହର ରହିଛି। ଏଠାରେ ତାପମାତ୍ରା ଗତକାଲି ୪୪ ଡିଗ୍ରୀ ଥିବାବେଳେ ଆଜି ସାମାନ୍ୟ ହ୍ରାସ ପାଇଛି। ସେହିପରି ମାଲକାନଗିରି ଓ ଭବାନୀପାଟଣାରେ ବି ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି। ଅନୁଗୋଳରେ ୪୦.୨,
ଝାରସୁଗୁଡ଼ାରେ ୪୦.୨, ସମ୍ବଲପୁରରେ ୪୦.୮, ହୀରାକୁଦରେ ୪୦.୧, ବଲାଙ୍ଗୀର ୪୨.୭ ଓ ସୋନପୁରରେ ୪୨.୪ ଡିଗ୍ରୀ ରହିଛି।
କାଳବୈଶାଖୀ ପ୍ରଭାବରେ କିଛି ଦିନଧରି ଶୀତଳ ଥିବା ଉପକୂଳରେ ବି ତାପମାତ୍ରା ବଢ଼ିବାରେ ଲାଗିଛି। ବୁଧବାର ଏଠାରେ ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହୋଇଛି। ଭୁବନେଶ୍ୱରରେ ଆଜି ତାପମାତ୍ରା ୩୬.୬ ଓ କଟକରେ ୩୬.୨ ରହିଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

୧ ଜୁନ୍‍ରୁ ଉପକୂଳ ଓଡ଼ିଶାରେ ପ୍ରାକ୍‍ ମୌସୁମି ବର୍ଷା ହେବ। ୪ ତାରିଖରୁ ଏହା ବୃଦ୍ଧି ପାଇବ। ଏହା ସହିତ ବୁଧବାର ଭୁବନେଶ୍ୱର ଆକାଶ ମେଘାଚ୍ଛନ୍ନ ଥିବାରୁ ରାତିରେ ବର୍ଷା ହେବା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜମନକିରାରେ ୩ ସେମି, ଢେଙ୍କାନାଳ, ସୁନ୍ଦରଗଡ଼, ଛେଣ୍ଡିପଦା, ନାକଟିଦେଉଳ, ଉଲୁଣ୍ଡାରେ ୨ ସେମି ଲେଖାଏଁ ବର୍ଷା ହୋଇଛି। ସେହିପରି ପରଜଙ୍ଗ, ବିନିକା, ଜୁଜୁମରା, ବରପାଲି, ବଣାଇଗଡ଼, ବରଗାଓଁ, କଣିହା, ବୀରମହାରାଜପୁର, ରାଜଗାଙ୍ଗପୁର ଓ ଗାଇସିଲଟରେ ୧ ସେମିରୁ ଅଧିକ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଜଗତସିଂହପୁର, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ମାଲକାନଗିରି ପ୍ରଭୃତି ୨୨ଟି ଜିଲାରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ପବନର ବେଗ ୫୦-୬୦ କିମି ରହିବ। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories