ତେଲକୋଇ : କେନ୍ଦୁଝର ଜିଲା ତେଲକୋଇ-ଜଗମୋହନପୁର ରାସ୍ତାର ଚନ୍ଦ୍ରଶେଖରପୁର ଗାଁ ନିକଟରେ ୨ ଜଣ ଗୋରୁ ବେପାରୀଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟେରା ଲୁଟିନେଇଛନ୍ତି ଲକ୍ଷେ ୧୦ ହଜାର ଟଙ୍କା। ସୂଚନା ଅନୁସାରେ ଆଜି ସକାଳେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଙ୍କି ଗାଁର ଆଲୋକ ପଲେଇ ଓ ଅମୀୟ କୁମାର ବାରିକ ଛାମୁଣ୍ଡା ହାଟକୁ ଯାଉଥିଲେ। ସେମାନେ ତେଲକୋଇରେ ପହଞ୍ଚିବା ପରେ ଏକ ହୋଟେଲରେ ଜଳଖିଆ ଖାଇ ଗାଁ ଅଭିମୁଖେ ଯାଇଥିଲେ। ଚଦ୍ରଶେଖରପୁର ନନା ବଗିଚା ନିକଟରେ ଦୁଇଜଣ ଲୁଟେରା ବାଇକରେ ଆସି ସେମାନଙ୍କୁ ଅଟକାଇଥିଲେ। ପ୍ରତିରୋଧ କରିବାରୁ ଦୁର୍ବୃତ୍ତଦ୍ୱୟ ଆଲୋକ ଓ ଅମୀୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଭୁଜାଲି ଆକ୍ରମଣରେ ଜଣଙ୍କ ଶରୀରରେ ଆଘାତ ଲାଗିଛି। ଲୁଟର ଶିକାର ହୋଇଥିବା ଆଲୋକ ଓ ଅମୀୟ ଏ ନେଇ ତେଲକୋଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
Popular Categories



