www.samajalive.in
Sunday, December 7, 2025
15.1 C
Bhubaneswar

ଟ୍ରକ – ଟ୍ୟାଙ୍କର ମୁହାଁମୁହିଁ ଧକ୍କା ; ଜଣେ ମୃତ , ଜଣେ ଗୁରୁତର

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ରୁଗୁଡ଼ି ଛକ ନିକଟରେ ଟ୍ୟାଙ୍କର – ଟ୍ରକ ମୁଁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ଚମ୍ପୁଆ ଥାନା ରଙ୍ଗମାଟିଆ ପଞ୍ଚାୟତ ର ଟିଆଁସପଶି ଗ୍ରାମର ରଶ୍ମିରଞ୍ଜନ ବେହେରା(୨୫) ଓ ଗୁରୁତର ଜଣକ ଯୋଡ଼ା ଥାନା ରଇଡ଼ା ଗାଁ ର ଅଜିତ କୁମାର ପଲେଇ(୨୧) ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ ଟ୍ୟାଙ୍କରଟି ଅନୁଗୋଳରୁ ମୋବିଲ ବୋଝେଇନେଇ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ତେଲକୋଇ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ରୁଗୁଡି ଛକ ନିକଟରେ ଏକ ୧୨ଚକିଆ ଟ୍ରକ କେନ୍ଦୁଝର ଆଡୁ ଦ୍ରୁତଗତିରେ ଆସି ସାମ୍ନାରୁ ଧକ୍କା ଦେଇଥିଲା। ଘଟଣାସ୍ଥଳ ରୁ ଟ୍ରକ ଟି ଫେରାର ହୋଇଯାଇଥିଲା । ଖବର ପାଇ ଟ୍ୟାଙ୍କରରେ ଥିବା ଦୁଇଜଣଙ୍କୁ ଉଦ୍ଧାର କରି ରୋଗୀଯାନ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଛି। ଟ୍ୟାଙ୍କରରେ ଥିବା ରଶ୍ମିରଞ୍ଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଚାଳକ ଅଜିତଙ୍କ ଅବସ୍ଥା ଗୁରୁତର ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories