www.samajalive.in
Sunday, December 7, 2025
15.1 C
Bhubaneswar

ବନ୍ୟା ଓ ଭୂସ୍ଖଳନରେ ୭୮ ମୃତ

ବ୍ରାଜିଲ: ବ୍ରାଜିଲର ପେଟ୍ରୋପଲିସରେ ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନ ହୋଇଛି । ଭୂସ୍ଖଳନରେ ପ୍ରାୟ ୭୮ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି । ଏନେଇ ଗତକାଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଗତ ମଙ୍ଗଳବାର ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ପେଟ୍ରୋପଲିସ୍ ସର୍ବାଧିକ ପ୍ରଭାବିତ ହୋଇଥିଲା । ଭୂସ୍ଖଳନ ଯୋଗୁ କିଛି ଘର ଦ୍ୱାରା ଭାଙ୍ଗିବା ସହ ଲୋକ ମାନେ ଫସି ରହିଥିଲେ । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‍ ପହଞ୍ଚି ପ୍ରାୟ ୨୧ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଥିଲା ।

କିଛି ଲୋକ ଘର ଭିତରେ ଫସି ରହି ଚିତ୍କାର କରୁଥିବା ମଧ୍ୟ ଶୁଣିବାକୁ ମିଳିଥିଲା । ପରେ ସେମାନଙ୍କୁ ଉଦ୍ଧାର କରିଥିଲା ସୁରକ୍ଷା ବାହିନୀ । ସୁରକ୍ଷା ବାହିନୀର କହିବା ଅନୁସାରେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି । ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି କି, ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର ୧୮୦ କର୍ମଚାରୀ ନିୟୋଜିତ ଥିଲେ । ମାତ୍ର ତିନି ଘଣ୍ଟାରେ ୨୫.୮ ମିମି ବର୍ଷା ହୋଇଥିବାରୁ ସ୍ଥିତି ସଙ୍ଗୀନ ହୋଇଥିଲା । ଘଟଣାକୁ ନେଇ ବ୍ରାଜିଲର ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଜାୟର ବୋଲସନାରୋ ଟ୍ୱିଟ୍ କରି ଦୁଃଖପ୍ରକାଶ କରିବା ସହ ଖୁବ୍‍ ଶୀଘ୍ର ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories