www.samajalive.in
Tuesday, December 9, 2025
15.1 C
Bhubaneswar

ଆଜି ତେଲଙ୍ଗାନାରେ ମତଦାନ

ହାଇଦରାବାଦ : ତେଲଙ୍ଗାନା ବିଧାନସଭା ନିର୍ବାଚନ ନିମନ୍ତେ ଗୁରୁବାର ଭୋଟ ଗ୍ରହଣ ହେବ । ରାଜ୍ୟର ୧୧୯ଟି ବିଧାନସଭା ଆସନ ଲାଗି ଏହି ଭୋଟ ଗ୍ରହଣ ହେବ। ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ସହିତ ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିପାକ୍ଷିକ ଲଢେଇ ହେଉଛି। ବିଆରଏସ୍ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ଓ ବିଜେପି ପ୍ରଥମ କରି ରାଜ୍ୟରେ କ୍ଷମତା ଦଖଲ ଲାଗି ଉଦ୍ୟମ କରିଛନ୍ତି। ଏହି ନିର୍ବାଚନରେ ରାଜ୍ୟର ୨୨୯୦ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ରାଜ୍ୟର ୩.୨୬ କୋଟି ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ନିମନ୍ତେ ରାଜ୍ୟରେ ୩୫,୬୫୫ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ରାଜ୍ୟର ୧୦୬ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ଅବଶିଷ୍ଟ ୧୩ଟି ନକ୍ସଲ ପ୍ରଭାବିତ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ।
ବିଧାନସଭା ନିର୍ବାଚନ ମତଦାନର ଦିନକ ପୂର୍ବରୁ ନିର୍ବାଚନ ଆୟୋଗ ହାଇଦରାବାଦର ୩ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ବୁଧବାର ନିଲମ୍ବିତ ପୁଲିସ କର୍ମଚାରୀ ହେଲେ ହାଇଦରାବାଦ ସେଣ୍ଟ୍ରାଲ ଜୋନ୍‌ ଡିସିପି ଏମ ଭେଙ୍କଟେଶ୍ବରଲୁ, ଚିକାଡପାଲ୍ଲି ଏସିପି ଏ ୟାଦଗିରି ଓ ମୁର୍ସିଦାବାଦ ଇନ୍ସପେକ୍ଟର ଜାହାଙ୍ଗିର ଯାଦବ। ଏହି ତିନି ପୁଲିସ ଅଧିକାରୀ ନିର୍ବାଚନ ସମୟରେ ପକ୍ଷପାତ ନୀତି ଆପଣାଇଥିବା ନେଇ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା। ନିର୍ବାଚନ ସମୟରେ ଜବତ ହୋଇଥିବା ୧୮ଲକ୍ଷ ଟଙ୍କାକୁ ନେଇ ଏହି ପୁଲିସ ଅଧିକାରୀମାନେ ପକ୍ଷପାତ ନୀତି ଆପଣାଇଥିବା ଅଭିଯୋଗ ହୋଇଥିଲା। ଡିସେମ୍ବର ୩ରେ ତେଲଙ୍ଗାନା ସହିତ ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଓ ମିଜୋରାମ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories