ଅକ୍ଲାଣ୍ଡ : ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ୍ ସିିରିଜ୍ ସଫଳତାର ସହ ଶେଷ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ରବିବାର ନ୍ୟୁଜିଲାଣ୍ଡ ମାଟିରେ ପାଦ ଦେଇଛି।
ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ଦିନିକିଆ ଓ ୩ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବ । ଭାରତୀୟ କ୍ରିକେଟର୍ ଅକଲାଣ୍ଡ ବିମାନବନ୍ଦରରେ ପହଞ୍ଚିବା ପରେ ଅପେକ୍ଷାରତ ପ୍ରଶଂସକଙ୍କୁ ଅଟୋଗ୍ରାଫ୍ ଦେଇଥିଲେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଆସନ୍ତା ୨୩ରୁ ନାପିଅର୍ରେ ଖେଳାଯିବ। ଏହାପରେ ଦ୍ବିତୀୟ ଓ ତୃତୀୟ ଦିନିକିଆ ମାଉଣ୍ଟ ମାଉନ୍ଗାନୁଇରେ ଖେଳାଯିବା ପରେ ଚତୁର୍ଥ ଓ ପଞ୍ଚମ ଦିନିକିଆ ହାମିଲଟନ୍ ଏବଂ ପଞ୍ଚମ ଦିନିକିଆ ୱେଲିଙ୍ଗଟନ୍ରେ ଆୟୋଜିତ ହେବ। ୩ଟି ଟ୍ବେଣ୍ଟି-୨୦ ସିରିଜ୍ ଯଥାକ୍ରମେ ୱେଲିଙ୍ଗଟନ୍, ଅକଲାଣ୍ଡ ଓ ହାମିଲଟନ୍ରେ ଖେଳାଯିବ।
ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ୍ ଜିତିବା ଭାରତ ପାଇଁ ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି ଏହି ଦଳର ପୂର୍ବତନ ଅଲରାଉଣ୍ଡର ସ୍କଟ୍ ଷ୍ଟାଇରିସ୍। ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍ ଜିତିଥିବାରୁ ଷ୍ଟାଇରିସ୍ ନିଜ ଟ୍ବିଟର୍ ଆକାଉଣ୍ଟରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଥିଲେ। ପରେ ଷ୍ଟାଇରସ୍ ଦର୍ଶାଇଥିଲେ ନ୍ୟୁଜିଲାଣ୍ଡକୁ ଘରୋଇ ମାଟିରେ ସହଜରେ ପରାସ୍ତ କରିବ ବୋଲି ଭାରତ ଆଶା କରିବା ବୃଥା। ଅଷ୍ଟ୍ରେଲିଆ ଅପେକ୍ଷା ନ୍ୟୁଜିଲାଣ୍ଡ ଦଳ ଶକ୍ତିଶାଳୀ ଏବଂ ଭାରତକୁ ପରାସ୍ତ କରିବାକୁ ସକ୍ଷମ ବୋଲି ଷ୍ଟାଇରିସ୍ ଦର୍ଶାଇଛନ୍ତି।
ନ୍ୟୁଜିଲାଣ୍ଡରେ ପହଞ୍ଚିଲା ଟିମ୍ ଇଣ୍ଡିଆ
Popular Categories



