ବାର୍ବାଡସରେ ଘୂର୍ଣ୍ଣିଝଡ: ଫସିଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ଘୂର୍ଣ୍ଣିଝଡ ଯୋଗୁଁ ୱେଷ୍ଟଇଣ୍ଡିଜର ବାର୍ବାଡସରେ ଫଶି ରହିଛନ୍ତି ଭାରତୀୟ ଖେଳାଳୀ । ମିଳିଥିବା ସୂଚନା ମୁତାବକ ବାର୍ବାଡୋସର ଏକ ହୋଟେଲରେ ଭାରତୀୟ ଖେଳାଳୀ ଫସିଛନ୍ତି । ସେଠାରେ ପ୍ରବଳ ଝଡତୋଫାନ କାରଣରୁ ସେଠାରୁ ଆସିବା ସମ୍ଭବପର ହୋଇନାହିଁ । ଶନିବାର ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ ପରେ ସେଠାରେ ପ୍ରବଳ ବାତ୍ୟା ହୋଇଥିବା ସୂଚନା ମିଳିଛି । ପାଗରେ ପରିବର୍ତ୍ତନ ହେଲେ ଭାରତୀୟ ଖେଳାଳିଙ୍କୁ ଆଣିବା ପାଇଁ ବିସିସିଆଇ ସ୍ୱତନ୍ତ୍ର ବିମାନ ପଠାଇପାରେ । ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଭାରତୀୟ ଖେଳାଳିଙ୍କୁ ସେଠାରେ ଅପେକ୍ଷା କରିବାକୁ ପଡିବ । ଜୁଲାଇ ୩ ତାରିଖ ସୁଦ୍ଧା ଭାରତୀୟ ଖେଳାଳି ସ୍ୱଦେଶ ଫେରିବାର ସମ୍ଭାବନା ରହିଛି । ବାର୍ବାଡସରେ ଘୂର୍ଣ୍ଣିଝଡ ଯୋଗୁ ଘରୁ ବାହାରିବା ବିପଦପୂର୍ଣ୍ଣ ହୋଇଛି । ସେଠାରେ ବିମାନ ଚଳାଚଳକୁ ବନ୍ଦ ରଖାଯାଇଛି । ବାର୍ବାଡସରେ ଶନିବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳ ଐତିହାସିକ ବିଜୟ ହାସଲ କରିଥିଲା । ଏବେ ବାତ୍ୟା ପାଇଁ ଖେଳାଳିମାନେ ହୋଟେଲ ଭିତରେ ସୁରକ୍ଷିତ ଭାବେ ରହିଛନ୍ତି ।

 

Comments are closed.