www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ଟି-୨୦ରେ ଭାରତ-ଆମେରିକା ମୁକାବିଲା

ନ୍ୟୁୟର୍କ: ଚଳିତ ଆଇସିସି ଟି୨୦ ବିଶ୍ବକପର ବୁଧବାର ଆୟୋଜକ ଆମେରିକା ଓ ଭାରତ ମଧ୍ୟରେ ଗ୍ରୁପ-ଏ ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମରେ ଖେଳାଯିବ। ଉଭୟେ ଦୁଇଟି ଲେଖାଏଁ ମ୍ୟାଚ ଜିତିଥିବାରୁ ୩ୟ ମ୍ୟାଚେର ବିଜୟ ସହ ସୁପର-୮ରେ ସ୍ଥାନ ସୁରକ୍ଷିତ କରିବାକୁ ଉଦ୍ୟମ କରିବେ। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ପ୍ରଥମ ମ୍ୟାଚରେ ଆର୍ୟଲାଣ୍ଡକୁ ୮ ୱିକେଟରେ ଓ ଦ୍ବିତୀୟ ମ୍ୟାଚରେ ପାକିସ୍ତାନକୁ ୬ରନରେ ପରାସ୍ତ କରିଥିଲା। ବ୍ୟାଟିଂରେ ରୋହିତ ଶର୍ମା ଭଲ ପ୍ରଦର୍ଶନ କରୁଥିବାବେଳେ ଓପନିଂ କରୁଥିବା ବିରାଟ କୋହଲି ବିଫଳ ହେଉଛନ୍ତି। କୋହଲି ଦୁଇଟି ମ୍ୟାଚରେ ଓପନିଂ କରି ୧ ଓ ୪ରନ କରିଥିବା ବେଳେ ରୋହିତ ୨ଟି ମ୍ୟାଚରୁ ୬୫ରନ କରିଥିଲେ। ୩ ନମ୍ବର ସ୍ଥାନରେ ଋଷଭ ପନ୍ଥ ଭଲ ପ୍ରଦର୍ଶନ କରୁଛନ୍ତି। ପନ୍ଥ ଆର୍ୟଲାଣ୍ଡ ବିପକ୍ଷରେ ୩୬ ଓ ପାକିସ୍ତାନ ବିପକ୍ଷରେ ୪୨ରନ କରିଥିଲେ। ଟି୨୦ ସ୍ପେଶାଲିଷ୍ଟ ସୂର୍ୟ୍ୟକୁମାର ଯାଦବ ୨ଟି ମ୍ୟାଚରୁ ୯ରନ କରିଛନ୍ତି। ଶିଭମ ଦୁବେ ଆଶା ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ସେ ପାକିସ୍ତାନ ବିପକ୍ଷରେ ମାତ୍ର ୩ରନ କରିଥିଲେ। ସୂର୍ଯ୍ୟକୁମାର, କୋହଲି ଓ ଦୁବେଙ୍କ ବ୍ୟାଟିଂ ଫର୍ମକୁ ନେଇ ଭାରତ ଚିନ୍ତାରେ ପଡ଼ିଛି। ଆମେରିକା ବିପକ୍ଷରେ ଦୁବେଙ୍କ ସ୍ଥାନରେ ଯଶସ୍ବୀ ଜୟସୱାଲ ଖେଳିବା ନେଇ ଆଶା କରାଯାଉଛି।
ଜୟସୱାଲ ଓପନିଂ କରିବାବେଳେ କୋହଲି ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିପାରନ୍ତି। ପନ୍ଥ ୩ ନମ୍ବର ବଦଳରେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ନେଇ ଆଶା କରାଯାଉଛି। ବୋଲିଂ ବିଭାଗରେ ଦଳ ବହୁତ ଭଲ ପ୍ରଦର୍ଶନ କରୁଛି। ଯଶପ୍ରୀତ ବୁମ୍ରା ୨ଟି ମ୍ୟାଚରୁ ୫ଟି, ଅର୍ଶଦୀପ୍ ସିଂହ ୩ଟି, ହାର୍ଦିକ ପାଣ୍ଡ୍ୟା ୫ଟି ୱିକେଟ ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସିରାଜ, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ୱିକେଟ ହାସଲ କରୁଛନ୍ତି। ଆମେରିକା ବିପକ୍ଷରେ ଭାରତ ବୋଲିଂ ବିଭାଗରେ ସେଭଳି କୌଣସି ପରିବର୍ତ୍ତନ କରିବାର ଆଶା କରାଯାଉନାହିଁ। ଭାରତ ଆମେରିକାକୁ ପରାସ୍ତ କରି ସୁପର-୮ରେ ସ୍ଥାନ ସୁରକ୍ଷିତ ନେଇ ନିଶ୍ଚିତ ଉଦ୍ୟମ କରିବ। ଅନ୍ୟପକ୍ଷରେ ଆମେରିକା ପ୍ରଥମ ମ୍ୟାଚରେ କାନାଡାକୁ ୭ ୱିକେଟରେ ଓ ଦ୍ବିତୀୟ ମ୍ୟାଚରେ ପାକିସ୍ତାନକୁ ସୁପର ଓଭରରେ ପରାସ୍ତ କରିଛି। ବ୍ୟାଟିଂରେ ଦଳ ଷ୍ଟିଭେନ ଟେଲର ୨ଟି ମ୍ୟାଚରୁ ୧୨ରନ, ଅଧିନାୟକ ମୋନାକ ପଟେଲ ୬୬ରନ, ଆନ୍ଦ୍ରିସ ଗ୍ରୁସ ୧୦୦ରନ ଓ ,ଆରୋନ ଜୋନ୍ସ ୧୩୦ରନ କରିଛନ୍ତି। ଜୋନ୍ସ ଚମତ୍କାର ଫର୍ମରେ ରହିଛନ୍ତି। ଘରୋଇ ପଡ଼ିଆରେ ଦଳ ଚମକ ଦେଖାଇ ଭାରତକୁ ପରାସ୍ତ କରି ସୁପର-୮ରେ ପ୍ରବେଶ ନେଇ ନିଶ୍ଚିତ ଉଦ୍ୟମ କରିବ। ନ୍ୟୁୟର୍କ ପିଚରେ ଲୋ ସ୍କୋରିଂ ହେଉଥିବାରୁ ଭାରତ ପାଇଁ ମଧ୍ୟ ମ୍ୟାଚ ଜିତିବା ସହଜ ମନେ କରାଯାଉନାହିଁ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories