www.samajalive.in
Saturday, December 6, 2025
23.1 C
Bhubaneswar

ସେନା କ୍ୟାମ୍ପ ଉପରକୁ ଆତଙ୍କୀ ହମ୍‌ଲା: ଦୁଇ ଯବାନ ଆହତ

ନୂଆଦିଲ୍ଲୀ: କାଶ୍ମୀର ଡୋଡାର ସେଦନା କ୍ୟାମ୍ପ ଉପରକୁ ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀଙ୍କ ଗୁଳିମାଡରେ ଦୁଇ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଜାମ୍ମୁ କାଶ୍ମୀରରେ ୩ ଦିନରେ ତୃତୀୟ ଆତଙ୍କବାଦୀ ଆକ୍ରମଣ। ଏବେବି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି। ଜମ୍ମୁ କଶ୍ମୀର ଆଡିସନାଲ ଡିଜିପି ଆନନ୍ଦ ଜୈନଙ୍କ ସୂଚନା ମୁତାବକ, ଜିଲ୍ଲାର ଚତରଗଲା ଅଞ୍ଚଳରେ ୪ ରାଷ୍ଟ୍ରୀୟ ରାଇଫଲ ଓ ଗୋଟିଏ ପୁଲିସ ପୋଷ୍ଟ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ଏହାର ଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ପୁଲଟା ଗୁଳିମାଡ଼ କରିଥିଲେ। ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ଯବାନ ଆହତ ହୋଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କାଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ। ଆତଙ୍କବାଦୀଙ୍କ ଗୁଳିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଥିଲେ। ପୂର୍ବରୁ ତୀର୍ଥଯାତ୍ରୀ ବସ୍ ଉପରକୁ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ। ଯେଉଁଥିରେ ୯ଜଣଙ୍କର ମୃତ୍ୟୁ ଘଟିଥିଲା।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories