www.samajalive.in
Saturday, December 6, 2025
14.1 C
Bhubaneswar

ଏଣିକି ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ବର୍ଷକୁ ଦୁଇ ଥର ନାମଲେଖା

ନୂଆଦିଲ୍ଲୀ : ଦେଶର ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ଏଣିକି ବର୍ଷକୁ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁସରଣ କରାଯିବ। ବିଦେଶ ବିଶ୍ବବିଦ୍ୟାଳୟଗୁଡିକ ଢାଞ୍ଚାରେ ଆମ ଦେଶରେ ଦୁଇଥର ଲେଖା ପ୍ରକ୍ରିୟାକୁ ଅନୁସରଣ କରିବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁମୋଦନ କରିଛି। ୟୁଜିସି ମୁଖ୍ୟ ଜଗଦେଶ କୁମାର କହିଛନ୍ତି ଯେ ୨୦୨୪-୨୫ ଶିକ୍ଷା ବର୍ଷରୁ ବିଶ୍ବବିଦ୍ୟାଳୟଗୁଡିକରେ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁସରଣ କରାଯିବ। ଜୁଲାଇ-ଅଗଷ୍ଟ ଓ ଜାନୁଆରୀ-ଫେବୃଆରୀ ମାସରେ ନାମଲେଖା କାର୍ଯ୍ୟ ହେବ। ଏହାଦ୍ବାରା ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। କାରଣ ଯେଉଁମାନେ ଜୁଲାଇ-ଅଗଷ୍ଟରେ ନାମଲେଖାରୁ ବଞ୍ଚିତ ହେଉଛନ୍ତି ସେମାନେ ଜାନୁଆରୀ-ଫେବୃଆରୀରେ ନାମ ଲେଖାଇବାର ସୁଯୋଗ ପାଇପାରିବେ। ବିଶ୍ବବିଦ୍ୟାଳୟ ବ୍ୟତୀତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ବର୍ଷକୁ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁସରଣ କରାଯିବ। ଏଥିପାଇଁ ପାଠପଢା, ଶ୍ରେଣୀ କକ୍ଷ, ଆନୁଷଙ୍ଗିକ ସେବାକୁ ଉପଯୁକ୍ତ ଭାବେ ପରିଚାଳନା ଲାଗି ଧ୍ୟାନ ଦିଆଯିବ। ତେବେ ଯେଉଁସବୁ ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ମାନବସମ୍ବଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ନଥିବ ସେମାନେ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁସରଣ କରିବାକୁ ବାଧ୍ୟ ନୁହନ୍ତି ବୋଲି କୁମାର କହିଛନ୍ତି। ଦୁଇଥର ନାମଲେଖା ପ୍ରକ୍ରିୟା ବିଶ୍ବବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ଇଚ୍ଛାଧୀନ ବ୍ୟାପାର ହୋଇ ରହିବ। ଦୁଇଥର ନାମ ଲେଖା ପ୍ରକ୍ରିୟା ପାଇଁ ଶିକ୍ଷାନୁଷ୍ଠାନଗୁଡିକ ସେମାନଙ୍କ ଅନୁଷ୍ଠାନ ନିୟମରେ ଆବଶ୍ୟକ ପରିବର୍ତ୍ତନ କରିବେ। ବିଶ୍ବର ଅନ୍ୟ ସମସ୍ତ ବିଶ୍ବବିଦ୍ୟାଳୟଗୁଡିକରେ ବର୍ଷକୁ ଦୁଇଥର ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହୋଇଆସୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories