www.samajalive.in
Saturday, December 6, 2025
26.1 C
Bhubaneswar

ଶପଥଗ୍ରହଣ ସମାରୋହ: ଅପରାହ୍ଣ ୨ଟାରୁ ଜୟଦେବବିହାର-ନାଲକୋ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର : ଦୀର୍ଘ ୨୪ବର୍ଷ ପରେ ଆଜିଠାରୁ ରାଜ୍ୟର ଶାସନଭାର ନୂଆ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଯିବ। ଜନତା ମଇଦାନରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ଭବ୍ୟ ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶପଥଗ୍ରହଣ ଉତ୍ସବ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିନେଇ ମଙ୍ଗଳବାର କମିସନରେଟ୍ ପୁଲିସ୍ ପକ୍ଷରୁ ଏକ ସମୀକ୍ଷା ବୈଠକ କମିସନର ସଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶପଥଗ୍ରହଣ ଉତ୍ସବ ଲାଗି ଆଜି କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ଆଜି ଅପରାହ୍ଣ ୨ଟାରୁ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଶେଷହେବା ପର୍ଯ୍ୟନ୍ତ ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡ଼ି ଚଳାଚଳ ଉପରେ ପୁଲିସ କଟକଣା ଜାରି କରିଛି। କେବଳ ପାସ୍‌ଧାରୀ ବ୍ୟକ୍ତି ସଭା ସ୍ଥଳକୁ ଯାଇ ପାରିବେ। ଜୟଦେବ ବିହାରରୁ ନାଲକୋ ଛକ ଓ ନାଲକୋ ଛକଠାରୁ ଜୟଦେବ ବିହାର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତା ଦେଇ କୌଣସି ଯାନବାହାନ ଯାତାୟାତ କରିପାରିବ ନାହିଁ। କଟକ, ଖୋର୍ଦ୍ଧା, ନନ୍ଦନକାନନରୁ ଜୟଦେବ ବିହାର ଓ ନାଲକୋ ଛକକୁ ଆସୁଥିବା ଗାଡ଼ି ରହଣି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୂରା ଜନତା ମଇଦାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସଭାସ୍ଥଳୀକୁ କଡ଼ା ସୁରକ୍ଷାବଳୟରେ ରଖାଯିବ। ଆଜି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଜନତା ମଇଦାନରେ ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହେବ। ଏଥିପାଇଁ ରାଜଭବନଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶପଥ ଗ୍ରହଣ ସମାରୋହରେ ୬୭ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଜନତା ମଇଦାନ ସୁରକ୍ଷା ଦାୟିତ୍ୱ ଆଇଜି ପ୍ରବୀଣ କୁମାର ତଦାରଖ କରିବେ। ଡିଆଇଜି ସାର୍ଥକ ଷଡ଼ଙ୍ଗୀ ବିମାନବନ୍ଦର ଓ ଉମାଶଙ୍କର ଦାସ ଟ୍ରାଫିକ ଦାୟିତ୍ୱରେ ରହିବେ। ଏଥିସହିତ ୧୩ ଜଣ ଡିସିପି ରାଙ୍କ ଅଫିସର, ୧୮ ଏଡିସିପି ରାଙ୍କ ଅଧିକାରୀ, ୫୮ ଏସିପି, ୯୪ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ। ୩ ଏସଟିଏ ୟୁନିଟ ସହ ଡଗ୍ ସ୍କ୍ୱାଡ, ବମ୍ ସ୍କ୍ୱାଡ ମୁତୟନ ହେବେ। କାର କିମ୍ବା ଦୁଇଚକିଆ ଯାନରେ ଜନତା ମଇଦାନ ଆସୁଥିବା ଲୋକେ ଆଚାର୍ଯ୍ୟ ବିହାର ଛକରୁ ଆପୋଲୋ ହସ୍ପିଟାଲ ପର୍ଯ୍ୟନ୍ତ ଯାଇପାରିବେ। ସେଠାରେ ୪ ଚକିଆ ଯାନ ରଖିବେ। ବସ୍‌ରେ ଆସୁଥିବା ଲୋ‌େକ ଆଚାର୍ଯ୍ୟ ବିହାରଛକ ନିକଟସ୍ଥ ୭ମ ବାଟାଲିଅନ ଫାଟକ ପାଖରେ ଓହ୍ଲାଇବେ। ସେଠାରୁ ଚାଲି ଚାଲି ଜନତା ମଇଦାନକୁ ଯିବେ। କେବଳ ଭିଭିଆଇପିଙ୍କୁ ସଭାସ୍ଥଳୀକୁ ଯିବାକୁ ପାସ୍‌ ଦିଆଯାଇଥିବା କମିସନର ଶ୍ରୀ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories