www.samajalive.in
Saturday, December 6, 2025
26.1 C
Bhubaneswar

ଅଧା ରହିଗଲା ଅଭିଲେଖାଗାର: ଓଏଫ୍‌‌ଡିସି ଛାଡ଼ିଲେ କୁନା ତ୍ରିପାଠୀ

କଟକ ;  ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଛାଡ଼ିଲେ କୁନା ତ୍ରିପାଠୀ। ନିଗମର ଅଧ୍ୟକ୍ଷ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ବକ୍ସିବଜାରସ୍ଥିତ ଓଏଫ୍‌‌ଡିସି କାର୍ଯ୍ୟାଳୟ ‘ଚଳଚ୍ଚିତ୍ର ଭବନ’ରୁ ଶ୍ରୀ ତ୍ରିପାଠୀ ତାଙ୍କ ଇସ୍ତଫାପତ୍ର ମୁଖ୍ୟଶାସନ ସଚିବଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପ୍ରଦାନ ସମୟରେ ତାଙ୍କ ସହିତ ବରିଷ୍ଠ ସିନେମା ନିର୍ଦେଶକ ବସନ୍ତ ସାହୁ, ଫିଲ୍ମ ଓ ସଙ୍ଗୀତ ନିର୍ଦେଶକ ଅରୁଣ ମହାନ୍ତି, ପ୍ରଯୋଜକ ସାରଦା ପଣ୍ଡା ଓ ନିର୍ଦେଶକ ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ପଦର ଏହି ଅନ୍ତିମଦିନରେ ଶେଷଥର ପାଇଁ ସେ ବହୁଶ୍ରମରେ ଗଢି ପାରିଥିବା ଅଭିଲେଖାଗାର ବୁଲି ଦେଖିବା ସହ କିଛିକ୍ଷଣ ପାଇଁ ଭାବବିହ୍ୱଳ ହୋଇଥିଲେ। ପ୍ରାୟତଃ ଦୁର୍ଲଭ ପୁରୁଣା ସିନେମା ପ୍ରିଣ୍ଟ, ଗୀତବହି, ଫଟୋ ଆଦି ମିଳୁନଥିଲା ବେଳେ କୁନାଙ୍କ ପ୍ରଚେଷ୍ଟାରେ ପ୍ରଥମ ‘ଓଡ଼ିଆ ସିନେମା ଅଭିଲେଖାଗାର’ର ପ୍ରତିଷ୍ଠା ଏହି ଚଳଚ୍ଚିତ୍ର ଭବନରେ ସମ୍ଭବ ହୋଇଥିଲା। ଏହି ଅଭିଲେଖାଗାରର ବହୁକାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଗଲା ବୋଲି ସେ ଦୁଃଖପ୍ରକାଶ କରିଥିଲେ। କଟକ ବକ୍ସିବଜାରସ୍ଥିତ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ କାର୍ଯ୍ୟାଳୟରେ ଏହି ପ୍ରଥମ ଓଡ଼ିଆ ସିନେମା ଅଭିଲେଖାଗାରରେ ୧୯୪୮ ମସିହା ଅକ୍ଟୋବର ୧୨ ତାରିଖରେ ମୁକ୍ତିଲାଭ କରିଥିବା ଢେଙ୍କାନାଳ ରାଜପରିବାରର ଗୌରାଙ୍ଗ ପ୍ରତାପ ସିଂହଦେଓଙ୍କ ଦ୍ୱାରା ପ୍ରଯୋଜିତ ତଥା ‘ଗ୍ରେଟ୍‌‌ ଇଷ୍ଟର୍ଣ ମୁଭିଟୋନ୍‌‌’ ବ୍ୟାନରରେ ନିର୍ମିତ ଏବଂ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ନିର୍ଦେଶିତ ଦ୍ୱିତୀୟ ଓଡ଼ିଆ ସିନେମା ‘ଲଳିତା’ ସମେତ ‘ସମର୍ପଣ’, ‘ଚିଲିକା ତୀରେ’, ‘ମାୟାମିରିଗ’ ଆଦି ୧୦୦ଟି ଓଡ଼ିଆ ଚଳଚ୍ଚିତ୍ର ସଂରକ୍ଷିତ ରହିଛି। ଏଥିସହିତ ୧୯୩୬ରୁ ୧୯୭୬ ମସିହା ମଧ୍ୟରେ (‘ସୀତା ବିବାହ’ରୁ ନେଇ ‘ସିନ୍ଦୂର ବିନ୍ଦୁ’ ପର୍ଯ୍ୟନ୍ତ କଳାଧଳା ଯୁଗ) ମୁକ୍ତିଲାଭ କରିଥିବା ଶ୍ରୀଜଗନ୍ନାଥ, ନବଜନ୍ମ, କା, ଅରୁନ୍ଧତୀ, ସୂର୍ଯ୍ୟମୁଖୀ, ଘରବାହୁଡ଼ା, ମାଟିର ମଣିଷ, କୃଷ୍ଣ ସୁଦାମା, ସଂସାର, ଘରସଂସାର, ସିନ୍ଦୂର ବିନ୍ଦୁ ଭଳି ବଛାବଛା ୨୦ଟି ସିନେମାର ବିଜ୍ଞାପନ ଛବିକୁ ପରିବର୍ଦ୍ଧନ(୧୬.୫ରେ ୨୩.୪ଇଞ୍ଚ) କରାଯାଇ ଫାଇବର ଲାମିନେସନ୍‌‌ରେ ଏହି ଅଭିଲେଖାଗାରରେ ରଖାଯାଇଛି। ଏହାଛଡ଼ା ପୁରୁଣା ପୋଷ୍ଟର, ଲବିଷ୍ଟିଲ, ଶୋ’ କାର୍ଡ, ଗୀତପୁସ୍ତିକା, ସିନେମା ନିର୍ମାଣ ସମୟର ଫଟୋ ଏବଂ ବିଭିନ୍ନ ସିନେମାପତ୍ରିକାର ପ୍ରଚ୍ଛଦ ଆଦି ସଂଗ୍ରହ କରାଯାଇ ଏଠି ରଖାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା କରାଯିବା ପରେ ପୁରୁଣା ସିନେମାର ଅନ୍ୟାନ୍ୟ ବିଭାଗକୁ ନେଇ ସଂରକ୍ଷଣର ଉଦ୍ୟମ ଚାଲିଥିଲା, ଯାହା ଅଧୁରା ରହିଗଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories