www.samajalive.in
Saturday, December 6, 2025
23.1 C
Bhubaneswar

ଝାଡାବାନ୍ତି ଆତଙ୍କ: ୪୫ ଆକ୍ରାନ୍ତ, ଆଗକୁ ଆହୁରି ବଢିବା ଆଶଙ୍କା

ସୁନାବେଡ଼ା : ସେମିଳିଗୁଡ଼ା ବ୍ଲକ ସୁବାଇ ଗାଁରେ ଝାଡ଼ାବାନ୍ତି ବ୍ୟାପୀ ୪୫ ରୁ ଊର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିପାଇଁ ଗାଁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ସୁବାଇର ଗୌଡ଼ ସାହି, ଉପର ସାହି ଲୋକେ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି। ତେବେ ଡାକ୍ତରୀ ଦଳ କାଡ଼ାମ ସୁବାଇକୁ ଯାଇ ଲୋକଙ୍କୁ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ଗିରି ସୁବାଇ ଗାଁକୁ ଯାଇ ରୋଗୀଙ୍କୁ ଭେଟିଛନ୍ତି। ଗାଁରେ ରାତ୍ରିକାଳୀନ ଚିକିତ୍ସା ଶିବିରର ବ୍ୟବସ୍ଥା କରାଯିବା ସହ ରୋଗୀବୁହା ଯାନ(ଆମ୍ବୁଲାନ୍ସ)କୁ ମହଜୁଦ୍ ରଖାଯାଇଛି। ପାଣିକୁ ସିଝାଇ ପିଇବା, ଗାଁରେ ଥିବା କୂଅ ଚାରିପଟେ ପରିଷ୍କାର ପରିଛନ୍ନତା ରଖିବା ଏବଂ ଗାଁ ସାହି ଭିତରେ କୌଣସି ଅଳିଆ ଆବର୍ଜନା ନ ପକାଇବା ପାଇଁ ମେଡିକାଲ ଟିମ ଗାଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଝାଡ଼ାବାନ୍ତି ବ୍ୟାପିବାର ଅନୁସନ୍ଧାନ କରିବା ପାଇଁ ମେଡିକାଲ ଟିମ୍‌ ପାଣିର ନମୁନା ସଂଗ୍ରହ କରିଛି। କୌଣସି ରୋଗୀ ଗୁରୁତର ହୋଇ ନ ଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଦୁଇଟି ସାହି ଲୋକେ ହିଁ ଆକ୍ରାନ୍ତ ହୋଇଛନ୍ତି। ଅନୁସନ୍ଧାନରୁ ଜଣାପଡ଼ିଛି, ଗୌଡ଼ସାହି ଏବଂ ଉପରସାହି ଲୋକେ କୂଅ ପାଣି ଉପରେ ନିର୍ଭର କରୁଛନ୍ତି। କୂଅଗୁଡ଼ିକ ବର୍ଷ ବର୍ଷ ଧରି ବିଶୋଧନ କରାଯାଇନାହିଁ। ଏହା ଦ୍ୱାରା ପାଣି ଅପରିଷ୍କାର ରହୁଛି। ଗାଁର ପ୍ରତି ଘରକୁ ପାଇପ ଯୋଗେ ଯେଉଁ ପାଣି ବ୍ୟବସ୍ଥା କରାଯାଇଛି ତାହା ନିୟମିତ ଯୋଗାଣ ହୋଇ ପାରୁନଥିବା ଅଭିଯୋଗ ହେଉଛି। ପ୍ରତିଦିନ ବିଦ୍ୟୁତ ସମସ୍ୟା କାରଣରୁ ପାଇପ୍‌ ପାଣି ଯୋଗାଣ ସବୁବେଳେ ସମ୍ଭବ ହୋଇପାରୁନାହିଁ। ତେଣୁ ଲୋକେ ବାଧ୍ୟ ହେଉଛନ୍ତି କୂଅ ପାଣି ପିଇବାକୁ। ଜିଲା ପ୍ରଶାସନ ଏହିସବୁ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories