www.samajalive.in
Saturday, December 6, 2025
23.1 C
Bhubaneswar

ଟି-୨୦ ବିଶ୍ୱକପ୍‌‌ରେ ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଆଜିଟୁ ଟି-୨୦ ବିଶ୍ୱକପରେ ଆରମ୍ଭ ହେଉଛି ସୁପର-୮ ମୁକାବିଲା। ସୁପର-୮ ରାଉଣ୍ଡର ପ୍ରଥମ ମ୍ୟାଚରେ ଭାରତ-ଆଫଗାନିସ୍ତାନକୁ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଆଜି ସନ୍ଧ୍ୟାରେ କେନସିଙ୍ଗଟନ୍‌‌ ଓଭାଲ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ। ତେବେ ସୁପର-୮ର ସୁପର ମୁକାବିଲାରେ ବିଜୟ ସହିତ ସେମିଫାଇନାଲରେ ସ୍ଥାନ ମଜବୁତ କରିବାକୁ ପ୍ରୟାସ କରିବେ ରୋହିତବାହିନୀ। ହେଲେ ଆଜିର ମ୍ୟାଚରେ ବି ବର୍ଷା ବାଧକ ସାଜିପାରେ। ଓଭାଲ୍‌‌ ଗ୍ରାଉଣ୍ଡରେ ପିଚ୍‌‌ ଉଭୟ ବ୍ୟାଟିଂ ଓ ବୋଲିଂ ପାଇଁ ସୁହାଇବ ବୋଲି କୁହାଯାଉଛି। ପେସ୍‌‌ ବୋଲରଙ୍କୁ ଏଠାରେ ସ୍ୱିଇଂ ମିଳିବ। ୱେଷ୍ଟଇଣ୍ଡିଜରେ ସ୍ପିନ୍‌‌ ବୋଲର ସବୁବେଳେ ବ୍ୟାଟରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାନ୍ତି। ପୂର୍ବରୁ ଉଭୟ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମୋଟ ୮ଟି ଟି-୨୦ ମୁକାବିଲା ଖେଳାଯାଇଛି। ଯେଉଁଥିରେ ୭ଟିରେ ଭାରତ ବିଜୟ ହାସଲ କରିଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories