www.samajalive.in
Sunday, November 16, 2025
15.1 C
Bhubaneswar

ପ୍ରାଥମିକ ବିଦ୍ୟାଳୟରୁ ଚୋରି

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ଡିମ୍ବୀରିବାଡି ପ୍ରାଥମିକ ବିଦ୍ୟାଳୟରୁ ଦୁର୍ବୃତ୍ତ ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି। ବିଦ୍ୟାଳୟ ଗୁଡିକ ୧୮ତାରିଖ ଦିନ ଖୋଲା ଗଲା। ସେହିଦିନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉତ୍ତମ ପାତ୍ର ଆସି ବିଦ୍ୟାଳୟ ଖୋଲି ଥିଲେ।୧୯ତାରିଖ ଦିନ ବିଦ୍ୟାଳୟ ସାରି କୌଣସି କାମରେ ମାଝୀଗୁଡା ଯାଇ ଆଜି ସକାଳ ୬ଟାରେ ଆସି ଦେଖିବା ବେଳକୁ ବିଦ୍ୟାଳୟ ଶ୍ରେଣୀ ଗୃହ ଓ ଅଫିସ କାର୍ଯ୍ୟାଳୟର ତାଲା ଏକ ଲୁହା ରଡ଼ ସାହାଯ୍ୟରେ ଭଙ୍ଗା ଯାଇଥିଲା। ଭିତରେ ଯାଇ ଦେଖିବା ବେଳେ ୪୫୦୦ଟଙ୍କାର ମ୍ୟୁଜିକ ସିଷ୍ଟମ , ପ୍ରାୟ୧୦ହଜାର ଟଙ୍କାର ପୋଷାକ ପତ୍ର ନେଇ ଯାଇଥିବା ବେଳେ ଅଫିସ କାଗଜ ପତ୍ର ଫିଙ୍ଗା ଫୋପଡ଼ା କରି ଦେଇଥିବା ଦେଖି ସଙ୍ଗେ ସଙ୍ଗେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନାଗବଂଶ ବନମାଳୀ(ସିଆରସିସି )ଆଞ୍ଚଳିକ ସାଧନ ସଂଯୋଜକ ଦୀନବନ୍ଧୁ ହୁଈକା , ଅତିତିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡାଗରୀ, ବ୍ଲକ ଶିକ୍ଷା ଅଧିକାରୀ ଆଲୋକ ପଦାନ ଓ ସ୍ଥାନୀୟ ଥାନାକୁ ଯୋଗାଯୋଗ କରିଥିଲେ।

୨୦୨୫ ପୂର୍ବରୁ ଏହି ରାଶିଙ୍କୁ କୋଟିପତି କରିବେ ଶନି ଦେବତା..

- Advertisement -

ଉକ୍ତ ଖବର ପାଇ ଥାନା ଏସ ଆଇ ସଞ୍ଜୟ କୁମାର ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ତଦନ୍ତ ଚଳାଇଛନ୍ତି। ପ୍ରକାଶ ଥାଉକି ୨୦୨୧ ନଭେମ୍ବର ମାସରେ ଉକ୍ତ ବିଦ୍ୟାଳୟରେ ବେଟ୍ରି, ସୋଲାର ଲାଇଟ ସିଷ୍ଟମ ଚୋରି ହୋଇଥିଲା। ଆଜି ପର୍ୟ୍ୟନ୍ତ କାହାରିକୁ ପୁଲିସ ଧରି ନାହିଁ । ବର୍ତ୍ତମାନ ମଧ୍ୟ ଚୋରି ହୋଇଛି । ଏଥି ଯୋଗୁଁ ଗ୍ରାମବାସୀ ଭୟଭୀତ ରହିଛନ୍ତି । ତୁରନ୍ତ ପୁଲିସ ପ୍ରଶାସନ ଚୋରକୁ ଠାବ କରି ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର କହିଛନ୍ତି। ରାତିରେ ବର୍ଷା ପବନ ହୋଇଥିବାରୁ ଓ ବିଦ୍ୟାଳୟରେ ଶିକ୍ଷକ ନଥିବା ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଚୋରି କରିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories