www.samajalive.in
Monday, December 15, 2025
24.1 C
Bhubaneswar

ଅଷ୍ଟ୍ରେଲିଆକୁ ୧୬୮ ରନର ଟାର୍ଗେଟ ଦେଲା ଟିମ ଇଣ୍ଡିଆ

ସମାଜଲାଇଭ ଡେସ୍କ: ୪ର୍ଥ ଟି-୨୦ରେ ଅଷ୍ଟ୍ରେଲିଆକୁ ୧୬୮ ରନର ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ବିନିମୟରେ ୧୬୭ ରନ କରିବାରେ ସଫଳ ହୋଇଛି। ଦଳ ପକ୍ଷରୁ ଶୁବମନ ଗିଲ ସର୍ବାଧିକ ୪୬ ରନ କରିଥିବାବେଳେ ଅଭିଶେକ ଶର୍ମା ୨୮, ଶିବମ ଦୁବେ ୨୨, ଅକ୍ଷର ପଟେଲ ୨୧ ଏବଂ ସୂର୍ଯ୍ୟକୁମାର ଯାଦବ ୨୦ ରନ ସଂଗ୍ରହ କରିଥିଲେ। ବ୍ୟାଟିଂ ବିଫଳତା ଯୋଗୁ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ।

ଟସ ଜିତିବା ପରେ ବୋଲିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଦଳର ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ। ନିୟମିତ ବ୍ୟବଧାନରେ ଉଇକେଟ ଅକ୍ତିଆର କରିବା ଫଳରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ଅଷ୍ଟ୍ରେଲୀୟ ବୋଲର ନାଥାନ ଏଲିସ ଏବଂ ଆଦାମ ଜାମ୍ପା ସର୍ବାଧିକ ୩ଟି ଲେଖାଏ ଉଇକେଟ ନେଇଥିବାବେଳେ ଜାଭିଅର ବାରଲେଟ ଏବଂ ମାର୍କସ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories