ଦୁର୍ଘଟଣାରେ ଆହତଙ୍କୁ ସହାୟତା କଲେ ଟିମ ହ୍ୟୁମାନିଟି ସଦସ୍ୟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବ୍ଳକ ଛକଠାରେ ଏକ ସଡକ ଦୁର୍ଘଟଣାରେ ଜଣେ ୮୫ ବର୍ଷୀୟ ବୃଦ୍ଧ ଆହତ ହୋଇଥିବା ବେଳେ ଉକ୍ତ ବ୍ୟକ୍ତିଙ୍କୁ ସହାୟତା କରିବା ସହିତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରି ସେବା ଯୋଗାଇଛନ୍ତି କନ୍ଧମାଳ ଟିମ୍‍ ହ୍ୟୁମାନିଟିର ଫିରିଙ୍ଗିଆର ସଦସ୍ୟ ସଂଜୟ ଦିଗାଲ, ଅଜିତ୍‍ ସାହୁ ଓ ଅନ୍ୟମାନେ। ଅପରାହ୍ନ ବେଳେ ଦୁର୍ଘଟଣା ଘଟିବା ପରେ ବୃଦ୍ଧଜଣକ ସେଠାରେ ଅସହାୟ ଅବସ୍ଥାରେ ରକ୍ତାକ୍ତ ହୋଇ ପଡିରହିଥିଲେ। ଖବର ପାଇଁ ସେଠାରେ ସଦସ୍ୟମାନେ ପହଂଚି ତାଙ୍କୁ ସେଠାରୁ ଉଦ୍ଧାର କରି ଫିରିଙ୍ଗିଆ ଡାକ୍ତରଖନାରେ ଭର୍ତ୍ତି କରାଇଥିଲେ। ବୃଦ୍ଧଙ୍କୁ ଏକ ଅଟୋ ସେଠାରେ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା। ଅଟୋର ଖୋଜ୍‍ ଖବର ମିଳି ନାହିଁ। ଆହତ ବୃଦ୍ଧ ଜଣାକ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଡିଣ୍ଡ୍ରାଗାଁ ପଂଚାୟତର ପାଣ୍ଡେଲି ଗାଁରେ ବୋଲି ଜଣାପଡିଛି। ଚିକିତ୍ସାପରେ ତାଙ୍କର ଅବସ୍ଥା ଠିକ ଥିବା ଜଣାପଡିଛି। ଯୁବ ସ୍ୱେଚ୍ଛାସେବୀ ମାନଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Comments are closed.