www.samajalive.in
Monday, December 15, 2025
24.1 C
Bhubaneswar

ରୋଟାରୀ କ୍ଲବରେ ଗୁରୁ ପୂଜନ ଉତ୍ସବ

ଚୌଦ୍ୱାର : ଚୌଦ୍ୱାର ରୋଟାରୀ କ୍ଳବ ଆନୁକୁଲ୍ୟରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି କ୍ଷିତିନ୍ଦ୍ର ନାଥ କାନୁନଗୋଙ୍କ ପୌରୋହିତ୍ୟରେ ଶ୍ରୀ ସାଇବିହାରସ୍ଥିତ ରୋଟାରୀ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ପ୍ରାକ୍ତନ ଗଭର୍ଣ୍ଣର ଅଟଳ ବିହାରୀ ମହାପାତ୍ର ଓ ସହକାରୀ ଗଭର୍ଣ୍ଣର ମନୋରଞ୍ଜନ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇ ଏକ ସୁସ୍ଥ ସମାଜ ଗଠନ ପାଇଁ ଉପଯୁକ୍ତ ଦାୟାଦ ସୃଷ୍ଠି କରିବାରେ ଗୁରୁମାନଙ୍କ ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅଞ୍ଚଳର ୨୦ଜଣ ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚୌଦ୍ୱାର ସାହିତ୍ୟ ସଂସଦର ସଂପାଦକ ଦିବ୍ୟଜ୍ୟୋତି ପାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡା. ଶ୍ରାବଣୀ ବନ୍ଦୋପାଧ୍ୟାୟ ସ୍ୱାଗତ ଭାଷଣ ଓ ଶରତ କୁମାର ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ସଞ୍ଜିତ କୁମାର ଜେନା, ବିଶ୍ୱକଲ୍ୟାଣ ଦାସ, ପ୍ରତାପ କୁମାର ଶତପଥି, ରବୀନ୍ଦ୍ର କୁମାର ସାହୁ, ଭାସ୍କର ପ୍ରସାଦ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜୟଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories