ନିଜସ୍ୱ ଉଦ୍ୟମରେ ଡିଜିଟାଲ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷାଦାନ
ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଶ୍ୱଜିତ ପ୍ରଧାନ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି। ଶିକ୍ଷକ ଶ୍ରୀ ପ୍ରଧାନ ନିଜେ ୩୨,୦୦୦( ବତିଶ ହଜାର) ଟଙ୍କା ବ୍ୟୟ କରି ବିଦ୍ୟାଳୟରେ ଏକ ଡିଜିଟାଲ ପ୍ରୋଜେକ୍ଟର ସ୍ଥାପନ କରିଛନ୍ତି। ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଚିତ୍ର ମାଧ୍ୟମରେ ବଡ଼ ପରଦାରେ ଶିକ୍ଷା ଦାନ କରୁଛନ୍ତି। ଚିତ୍ର ମାଧ୍ୟମରେ ଶିକ୍ଷାଦାନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି କରିଛି।
ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଆଠ ଗୋଟି ଶ୍ରେଣୀ ରହିଅଛି।୨୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମାତ୍ର ପାଞ୍ଚ ଜଣ ଶିକ୍ଷକ ରହିଛନ୍ତି। ତେବେ ଆବଶ୍ୟକୀୟ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଅଭିଭାବକ ମାନେ ଦାବି କରିଛନ୍ତି।
Comments are closed.