ନିଯୁକ୍ତ ହେବେ ୯୫୩ ହିନ୍ଦୀ ଶିକ୍ଷକ

ଭୁବନେଶ୍ବର: ରାଜ୍ୟ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ଖାଲିଥିବା ହିନ୍ଦୀ ଶିକ୍ଷକ ପଦ ପୂରଣ ହେବ। ଚଳିତ ମାସ ୪ ତାରିଖରେ ଅନୁଷ୍ଠିତ ଅନ୍‌ଲାଇନ୍‌ (ସଞ୍ଚାର ଜରିଆରେ) ପରୀକ୍ଷାର ଫଳ ପ୍ରକାଶ ପାଇଛି। ମୋଟ ୯୫୩ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ସାଧାରଣ ବର୍ଗର ୨୦୭, ଏସ୍‌ଇବିସି ବର୍ଗର ୫୯୬, ଅନୁସୂଚିତ ଜାତିର ୧୦୧ ଓ ଅନୁସୂଚିତ ଜନଜାତିର ୪୯ ପ୍ରାର୍ଥୀ ଅଛନ୍ତି। ପ୍ରାର୍ଥୀ dseodisha.in ୱେବସାଇଟ୍‌ରେ ଲଗ୍‌-ଇନ୍‌ କରି ସେମାନଙ୍କ ଫଳ ଦେଖିପାରିବେ। ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କ କାଗଜପତ୍ର ଯାଞ୍ଚ ଆସନ୍ତା ୨୯ ତାରିଖରୁ ସମ୍ପୃକ୍ତ ପ୍ରାର୍ଥୀଙ୍କ ଜିଲାରେ ଅନୁଷ୍ଠିତ ହେବେ। କାଗଜପତ୍ର ଯାଞ୍ଚ ପରେ ସେମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ଦିଆଯିବ। ଏ ସମ୍ବନ୍ଧୀୟ ସବିଶେଷ ସୂଚନା ଖୁବ୍‌ଶୀଘ୍ର ୱେବ୍‌ସାଇଟ୍‌ରେ ଦିଆଯିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି।

Comments are closed.