ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ସରକାରଙ୍କ ବିରୋଧରେ ‘ଧର୍ମ ପୋରତା ଦିକ୍ଷା’ ନାମକ ଏକ ରାଲି ପଦର୍ଶନ କରିବେ। ନାଇଡୁଙ୍କ ଅଭିଯୋଗ ରହିଛି ଯେ ଆନ୍ଧ୍ରପ୍ରଦେଶ ପୁର୍ଣ୍ଣଗଠନ ଅଧିନିୟମ ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମଧ୍ୟ ମିଳିନାହିଁ। ଏଏନଆଇଙ୍କ କହିବା ଅନୁସାରେ ଏହି ରାଲି ପାଇଁ ଚନ୍ଦ୍ରବାବୁ ନାଇଡୁ ସରକାର ଦୁଇଟି ଟ୍ରେନ ବୁକିଂ କରିଛନ୍ତି। ଯାହାପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଟ୍ରେନ ଅନନ୍ତପୁରମ ଓ ଶ୍ରୀକାକୁଲମରୁ ଯାତ୍ରା ଆରମ୍ଭ କରିବ।
ସୂଚନା ଅନୁସାରେ ଫେବୃଆରୀ ୧୧ ତାରିଖରେ ରାଜଧାନୀ ଦିଲ୍ଲୀଠାରେ ଏକ ରାଲି କରାଯିବ। ଏହି ରାଲି ସମସ୍ତ ରାଜନୈତିକ ଦଳ ସାମିଲ ହୋଇପାରିବେ ବୋଲି ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।
ଦିଲ୍ଲୀରେ ରାଲି ପାଇଁ ଟିଡିପିର ଦୁଇଟି ଟ୍ରେନ ବୁକିଂ; ଖର୍ଚ୍ଚ ହେବ ୧କୋଟି
Popular Categories



