www.samajalive.in
Monday, December 15, 2025
24.1 C
Bhubaneswar

ତପୁଙ୍କ ଚିକିତ୍ସା ପାଇଁ ସଂସ୍କୃତି ବିଭାଗ ଦେଲା ଲକ୍ଷେ ଟଙ୍କା

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଚିକିତ୍ସା ନିମନ୍ତେ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ରାଜ୍ୟ କଳାକାର କଲ୍ୟାଣ ପାଣ୍ଠି ପକ୍ଷରୁ ଏହି ସହାୟତା ରାଶି ଯୋଗାଇ ଦିଆଯାଇଛି। ତପୁ କରୋନାରୁ ସୁସ୍ଥ ହେବା ପରେ ଏବେ ଫୁସଫୁସ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ୱର ସମ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନି। ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ କଲକାତା କିମ୍ବା ଚେନ୍ନଇ ନେବାକୁ ଯୋଜନା କରାଯାଉଥିବା ବେଳେ ବାଧକ ସାଜିଛି ଅର୍ଥ। ଏନେଇ ପରିବାର ଓ ସାଥୀ କଣ୍ଠଶିଳ୍ପୀ ରାଜ୍ୟ ସଂସ୍କୃତି ବିଭାଗ ଏବଂ ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।

- Advertisement -

ତପୁ ମିଶ୍ରଙ୍କ ଭଉଣୀ ଧୃତିଦୀପା ମିଶ୍ର ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ସେ ଏଥିପାଇଁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସାର୍ବଜନୀନ କରିଛନ୍ତି।
ଆକାଉଣ୍ଟ ସଂଖ୍ୟା: ୯୨୨୦୧୦୦୨୦୩୦୧୪୯୧
ଆଇଏଫଏସସି କୋଡ଼: UTIB0000024
ଆକାଉଣ୍ଟ ନାମ: ଧୃତିଦୀପା ମିଶ୍ର
ବ୍ୟାଙ୍କ: ଆକ୍ସିସ ବ୍ୟାଙ୍କ
ୟୁପିଆଇ ଆଇଡ଼ି: 8249489004@AXISBANK

ତପୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେବାକୁ ପରିବାର ଲୋକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ତପୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ ସହ ପୂର୍ବରୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ସହ ମିଶି ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିବାକୁ ଅନୁରୋଧ କରିଛନ୍ତି ଭଉଣୀ ଧୃତିଦୀପା। ଏ ସଂକ୍ରାନ୍ତରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ତପୁଙ୍କ ଅସୁସ୍ଥତା ଖବର ଶୁଣି କଳାକାରମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories