www.samajalive.in
Tuesday, December 9, 2025
15.1 C
Bhubaneswar

ସୁମିତଙ୍କ ବିରୋଧରେ ତପସ୍ବିନୀଙ୍କ ଅଦାଲତ ଅବମାନନା ମାମଲା

ବ୍ରହ୍ମପୁର : ବହୁଚର୍ଚ୍ଚିତ ଦମ୍ପତି ତପସ୍ବିନୀ ଦାସ ଓ ଡା.ସୁମିତ କୁମାର ସାହୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି ପ୍ରସଙ୍ଗରେ ବ୍ରହ୍ମପୁରର ଦୁଇଟି ଅଦାଲତରେ ଦାୟର ହୋଇଥିବା ଦୁଇଟି ମାମଲାର ଶୁଣାଣି ଜାରି ରହିଛି। ଆଜକୁ ୪ଦିନ ହେବ ତପସ୍ବିନୀଙ୍କୁ ଏକୁଟିଆ ଛାଡି ଡା. ସୁମିତ କେଉଁଆଡେ ଚାଲି ଯାଇଛନ୍ତି । ଫେରିବାର ନାଁ ନେଉନାହାନ୍ତି। ଯାହାକୁ ନେଇ ତପସ୍ବିନୀ ଆଜି ଡା. ସୁମିତଙ୍କ ନାମରେ ଅଦାଲତଙ୍କ ନିର୍ଦେଶ ଅବମାନନା ପିଟିସନ ଦାୟର କରିଛନ୍ତି। ଏପଟେ ଡା. ସୁମିତଙ୍କ ପକ୍ଷରୁ ବ୍ରହ୍ମପୁର ପରିବାର ଅଦାଲତରେ ପୂର୍ବରୁ ଦାୟର ହୋଇଥିବା ବିବାହ ବିଚ୍ଛେଦ ମାମଲାର ପ୍ରଥମ ଶୁଣାଣି ଆରମ୍ଭ ହୋଇଛି।
ବ୍ରହ୍ମପୁର ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତଙ୍କ ନିର୍ଦେଶ ପ୍ରକାରେ ତପସ୍ବିନୀ ଓ ଡା. ସୁମିତ ଆସିକା ଚିନିଶିଳ୍ପ ଅତିଥିଭବନରେ ରହି ଆସୁଥିଲେ। ସେଠାରେ ୭ଦିନ ରହିବା ପରେ ଉଭୟ ଏକ ଭଡ଼ାଘର ନେଇ ରହିବେ ବୋଲି ଅଦାଲତ ପୁଣି ନିର୍ଦେଶ ଦେଇଥିଲେ। ତେବେ ପିଟିସନର ଶୁଣାଣି ଶେଷ ଯାଏ ଡା.ସୁମିତ ତପସ୍ବିନୀଙ୍କ ରହିବା, ଖାଇବା, ଔଷଧ ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଅଦାଲତ ନିର୍ଦେଶ ଦେଇଥିଲେ। ଗତ ୧୦ ତାରିଖରେ ତପସ୍ବିନୀଙ୍କୁ ଅତିଥିଭବନରେ ଏକୁଟିଆ ଛାଡ଼ି ଡା. ସୁମିତ କେଉଁଆଡେ ଚାଲି ଯାଇଥିଲେ। ଆଜି ଯାଏଁ ସେ ତପସ୍ବିନୀଙ୍କ ନିକଟକୁ ଫେରି ନାହାନ୍ତି । ତପସ୍ବିନୀ ସେଠାରେ ନିଜ ମା’ଙ୍କ ସହ ରହୁଛନ୍ତି।ଡା. ସୁମିତ ଛାଡି ଚାଲିଯିବା ପରେ ତପସ୍ବିନୀ ଦୁଇଦିନ ତଳେ ଆସିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ସମାଜେସେବୀ ପ୍ରମିଳା ତ୍ରିପାଠୀ ଓ ନିଜ ଭାଇଙ୍କ ସହ ପହଞ୍ଚି ଡା. ସୁମିତ ଅଦାଲତଙ୍କ ନିର୍ଦେଶ ଅବମାନନା କରିଥିବା ନେଇ ଉପଖଣ୍ଡ ବିଚାର ବିଭାଗୀୟ ଅଦାଲତରେ ପିଟିସନ ଦାଖଲ କରିଥିଲେ। ସ୍ବାମୀ ସୁମିତ ତାଙ୍କୁ ଛାଡ଼ି ଚାଲିଯାଇଛନ୍ତି । ତାଙ୍କର ରହିବା, ଖାଇବା ସହ କୌଣସି କଥା ସେ ଆଉ ବୁଝୁନାହାନ୍ତି। ଆଜିଯାଏ ଘରଭଡ଼ା ନେଇ ନ ଥିବାରୁ ସେ ଅତିଥି ଭବନରେ ଅଛନ୍ତି। ଏବେ ନିଜ କଥା ନିଜେ ବୁଝୁଛନ୍ତି। ସେ ଏକୁଟିଆ ରହୁଥିବାରୁ ବର୍ତ୍ତମାନ ନିଜକୁ ସୁରକ୍ଷିତ ମଣୁନାହାନ୍ତି ବୋଲି ତପସ୍ବିନୀ ଗଣମାଧ୍ୟମକୁ କହିଥିଲେ।ଅନ୍ୟପକ୍ଷରେ ଡା. ସୁମିତ ପରିବାର ଅଦାଲତରେ ଦାୟର କରିଥିବା ବିବାହ ବିଚ୍ଛେଦ ମାମଲାର ପ୍ରଥମ ଶୁଣାଣି ଆଜି ହୋଇଥିଲା। ଅଦାଲତ ଉଭୟ ପକ୍ଷଙ୍କୁ କାଉନସେଲିଂ ପାଇଁ ଡକାଇଥିଲେ। ପରିବାର ଅଦାଲତରେ କେବଳ ତପସ୍ବିନୀ ହିଁ ଉପସ୍ଥିତ ହୋଇଥିଲେ ; କିନ୍ତୁ ଡା. ସୁମିତ ଅଦାଲତକୁ ଆସି ନ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories