୭ ତାଲିବାନ ଅପହର୍ତ୍ତାକୁ ମାରି ଖସିଆସିଲା ଯୁବକ

0

କାବୁଲ : ତାଲିବାନ ଆତଙ୍କବାଦୀମାନେ ଜଣେ ଆଫଗାନ ଯୁବକଙ୍କୁ ଅପହରଣ କରି ନେଇଥିବାବେଳେ ଏହା ଅପହର୍ତ୍ତାଙ୍କ କବଳରୁ ଆଶ୍ଚର୍ଯ୍ୟଜନକ ଭାବେ ଖସି ଆସିବାରେ ସକ୍ଷମ ହୋଇଛି। ଏପରିକି ଯୁବକ ଜଣଙ୍କ ଅପହରଣକାରୀ ୭ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିବା ସହ ୧୮ଜଣଙ୍କୁ ଆହତ କରିଛି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ ଅୱାଲ ଖାଁ ଓ ଜଣେ ପୁଲିସ ଅଧିକାରୀଙ୍କୁ ପାକଟିକା ପ୍ରଦେଶରୁ ବୁଧବାର ତାଲିବାନମାନେ ଅପହରଣ କରିନେଇଥିଲେ। ଆତଙ୍କବାଦୀମାନେ ପୁଲିସ ଅଧିକାରୀ ଜଣଙ୍କୁ ହତ୍ୟା କରିଥିଲେ। ମାତ୍ର ୩୬ବର୍ଷୀୟ ଅୱାଲଙ୍କୁ ନିଜ ଶିବିରରେ ବନ୍ଦୀ କରି ରଖିଥିଲେ। ଅପରାହ୍ଣରେ ଆତଙ୍କବାଦୀମାନେ ମିଳିତ ଭାବେ ପ୍ରାର୍ଥନା କରୁଥିବାବେଳେ ଆୱାଲ ସେମାନଙ୍କ ଠାରୁ ଏକ ବନ୍ଧୁକ ଛଡାଇ ଆଣି ଆଖିବୁଜା ଗୁଳି ଚଳାଇଥିଲା। ଏଥିରେ ୭ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହେବା ସହ ୧୮ଜଣ ଆହତ ହୋଇଥିଲେ। ପରେ ଆୱାଲ ତାଲିବାନଙ୍କ ଏକ ଟ୍ରକ୍‌ ଯୋଗେ ସେଠାରୁ ଚାଲିଆସିଥିଲେ। ଏହି ଘଟଣାକୁ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ସ୍ୱୀକାର କରିଛନ୍ତି। ମୁଜାହିଦ କହିଛନ୍ତି ଆୱାଲର ଗୁଳିରେ ୩ଜଣ ତାଲିବାନ ପ୍ରାଣ ହରାଇଛନ୍ତି। ଆୱାଲଙ୍କ ଏପରି ସାହସିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି।

Leave A Reply