ତାଲିବାନ ଆକ୍ରମଣରେ ୧୯ ପୁଲିସ ଅଧିକାରୀ ନିହତ

0

କାବୁଲ : ଆଫଗାନିସ୍ତାନର କୁଣ୍ଡୁଜ ପ୍ରଦେଶରେ ଶନିବାର ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୧୯ଜଣ ପୁଲିସ ଅଧିକାରୀ ପ୍ରାଣ ହରାଇଛନ୍ତି। ତାଲିବାନ ଆତଙ୍କବାଦମାନେ ଅସ୍ତ୍ରବିରତି ଘୋଷଣା କରିବାର କିଛି ଘଣ୍ଟା ପୂର୍ବରୁ ଏହି ଆକ୍ରମଣ ଘଟାଇଛନ୍ତି। କୁଣ୍ଡୁଜ ପ୍ରଦେଶର କ୍ୱାଲ-ଇ-ଜାଲ ଜିଲାରେ ଥିବା ଏକ ପୁଲିସ ଶିବିରକୁ ନିଶାଣ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରାଦେଶିକ ପୁଲିସ ମୁଖପାତ୍ରଙ୍କ କହିବା ଅନୁଯାୟୀ ୧୯ଜଣ ପୁଲିସ ଅଧିକାରୀଙ୍କ ମୃତ୍ୟୁ ହେବା ସହ ୫ଜଣ ଆହତ ହୋଇଛନ୍ତି। ଏଥିରେ ୮ଜଣ ତାଲିବାନ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହା ପୂର୍ବରୁ ହେରାତ ପ୍ରଦେଶରେ ତାଲିବାନଙ୍କ ଆକ୍ରମଣରେ ୧୭ ଆଫଗାନ ସୈନିକ ପ୍ରାଣ ହରାଇଥିଲେ।

Leave A Reply