www.samajalive.in
Monday, December 8, 2025
14.1 C
Bhubaneswar

କମ୍ ଦରମା ମିଳୁଛି କି ? ଏହି ଉପାୟ ଆପଣାଇ ଆର୍ଥିକ ସମସ୍ୟା ଦୂର କରିପାରିବେ

ନୂଆଦିଲ୍ଲୀ : ଆଜି କାଲି ସବୁ କିଛି ମହଙ୍ଗା ହେବାରେ ଲାଗିଛି । ପନିପରିବାଠୁ ଆରମ୍ଭ କରି ପିଲାଙ୍କ ପାଠ ପଢା ପର୍ଯ୍ୟନ୍ତ ସବୁଥିରେ ଅଧିକ ପଇସା ଖର୍ଚ୍ଚ ହେଉଛି । ଆଉ ଯଦି କାହାର ଦେହ ଖରାପ ହେଉଛି ତେବେ ଚିକିତ୍ସା ଖର୍ଚ୍ଚରେ ସଞ୍ଚୟ କରିଥିବା ସବୁ ଟଙ୍କା ଥରକରେ ଖାଲି ହୋଇଯାଉଛି । ଆଉ ଏସବୁରେ ଅଧିକ ହଇରାଣ ହୁଅନ୍ତି ଘରୋଇ ଚାକିରୀ କରିଥିବା ଲୋକେ । ତେବେ କିଛି ଖାସ୍ ଉପାୟ ଆପଣାଇ ଏଭଳି ଆର୍ଥିକ ସମସ୍ୟାକୁ ଦୂର କରିହେବ । ଆସନ୍ତୁ ଜାଣିବା…

ନିବେଶ କରନ୍ତୁ

- Advertisement -

ଆର୍ଥିକ ବିଶେଷଜ୍ଞଙ୍କ ଅନୁସାରେ ଆପଣ ଯେତେ ଆୟ କଲେ ମଧ୍ୟ ସର୍ବପ୍ରଥମେ ଏକ ନିର୍ଦ୍ଧାରିତ ରାଶି ଲଗାତର ନିବେଶ କରନ୍ତୁ ଏବଂ ବଳକା ପଇସାରେ ନିଜ ଖର୍ଚ୍ଚ ତୁଲାନ୍ତୁ । ଏଥିରେ ଆପଣ ଖୁବ୍ ଶୀଘ୍ର ଆର୍ଥିକ ସ୍ବାଧୀନତା ପାଇପାରିବେ ।

ପଇସା ବଞ୍ଚାଇବା ଶିଖନ୍ତୁ

ଜରୁରିକାଳୀନ ପରିସ୍ଥିତି ପାଇଁ ପଇସା ବଞ୍ଚାଇବା ଉଚିତ୍ । ଯାହା ଫଳରେ ଭବିଷ୍ୟତରେ ଅଚାନକ ଦରକାର ପଡିଲେ ପାଖରେ ପଇସା ସମସ୍ୟା ରହିବନି ।

ଏକାଧିକ ଆୟର ଉତ୍ସ ରଖନ୍ତୁ

ଘରୋଇ ଚାକିରି କରିଥିବା ଲୋକଙ୍କ ସାମ୍ନାରେ ଅନେକ ସମସ୍ୟା ଆସିଥାଏ । ତେଣୁ କରି ସେସବୁର ସମାଧାନ କରିବା ପାଇଁ ଆୟର ଅନେକ ଉତ୍ସ ରଖିବା ଉଚିତ୍ । କେବେ ବି ଗୋଟିଏ ଆୟ ଉପରେ ନିର୍ଭର କରନ୍ତୁ ନାହିଁ ।

ଖର୍ଚ୍ଚ କମ୍, ନିବେଶ ଅଧିକ

ଘରୋଇ ଚାକିରିରି କିଛି ସ୍ଥାୟୀତ୍ବ ନଥାଏ । ଏଭଳି କ୍ଷେତ୍ରରେ ଖର୍ଚ୍ଚ କମ୍ କରି ନିବେଶ ଅଧିକ କରିବା ଉଚିତ୍ । ନିଜ ପୋର୍ଟଫୋଲିଓକୁ ମଜଭୁତ କରନ୍ତୁ । ଦରମା ବଦଳରେ ଅନ୍ୟ ଆୟ ପାଇଁ ସବୁବେଳେ ପ୍ରସ୍ତୁତ ରୁହନ୍ତୁ ।

ସେୟାର ମାର୍କେଟ ବା ମ୍ୟୁଚୁଆଲ୍ ଫଣ୍ଡ୍

ବିଶେଷଜ୍ଞଙ୍କ କହିବାନୁସାରେ ସେୟାର ମାର୍କେଟ୍ ଯେତେ କମ୍ ସମୟରେ ଅଧିକ ରିଟର୍ଣ୍ମ ଦେଇଥାଏ ସେଥିରେ ସେତେ ଆଶଙ୍କା ମଧ୍ୟ ଥାଏ । ତଥାପି ଏଥିରେ ଲୋକେ ନିବେଶ କରନ୍ତି । ଆପଣ ମ୍ୟୁଚୁଆଲ ଫଣ୍ଡ୍ ବା ଏସଆଇପିରେ ମଧ୍ୟ ନିବେଶ କରିପାରିବେ ।

ଏମରଜେନ୍ସି ଫଣ୍ଡ୍ ପ୍ରସ୍ତୁତ କରନ୍ତୁ

କୌଣସି ବି ଜରୁରିକାଳୀନ ପରିସ୍ଥିତି ପାଇଁ ଏକ ଜରୁରି ଫଣ୍ଡ୍ ପ୍ରସ୍ତୁତ କରନ୍ତୁ । ଏମରଜେନ୍ସି ଫଣ୍ଡ୍ ମାସିକ ଦରମାର ଅତି କମରେ ୬ ଗୁଣା ହେବା ଉଚିତ୍ । ଖାତାରେ ଏହି ପଇସା ଜମା ରଖିବା ଉଚିତ୍ ।

ବୀମା ନେବାକୁ ଭୁଲନ୍ତୁ ନାହିଁ

ବଢୁଥିବା ଦରବୃଦ୍ଧିରେ ଯଦି ଆପଣଙ୍କ ପାଖରେ ସଠିକ୍ ସ୍ବାସ୍ଥ୍ୟ ବୀମା ଅଛି ତେବେ ବଡ ସଞ୍ଚୟ ହୋଇପାରେ । ନଚେତ୍ କେବେ ବି ଆୟର ଏକ ବଡ ଅଂଶ ସମାପ୍ତ ହୋଇପାରେ । ଏଥିପାଇଁ ସ୍ବାସ୍ଥ୍ୟ ବୀମା, ଟର୍ମ ପଲିସି ନେବା ଉଚିତ୍ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories