ଟି-ଟ୍ୱୋଣ୍ଟି ବିଶ୍ୱକପ୍ : ଆୟରଲାଣ୍ଡ ପାଇଁ ୧୮୬ ରନର ବିଜୟ ଲକ୍ଷ୍ୟ
ନ୍ୟୁଜିଲାଣ୍ଡ-ଆୟରଲାଣ୍ଡ ଓ ଅଷ୍ଟ୍ରେଲିଆ-ଆଫ୍ଗାନିସ୍ତାନ ମଧ୍ୟରେ ମୁକାବିଲା
ଡେସ୍କ : ଟି-ଟ୍ୱୋଣ୍ଟି ବିଶ୍ୱକପ୍ ପ୍ରତିଯୋଗୀତାରେ ଶୁକ୍ରବାର ୨ଟି ମ୍ୟାଚ ଅନୁଷ୍ଠିତ ହେଉଛି । ପ୍ରଥମ ମ୍ୟାଚଟି ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡ ମଧ୍ୟରେ ଜାରି ରହିଛି। ଆଡିଲେଡର ଓଭାଲ୍ ଗ୍ରାଉଣ୍ଡରେ ଚାଲିଥିବା ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଆୟରଲାଣ୍ଡ ପାଇଁ ୧୮୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୫ ରନ କରିଛି । ଅଧିନାୟକ କେନ ୱିଲିୟମସନ ସର୍ବାଧିକ ୬୧ ରନ ସ୍କୋର କରିଛନ୍ତି।
ଆଜିର ଦ୍ୱିତୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ଆଫ୍ଗାନିସ୍ତାନ ମଧ୍ୟରେ ଆଡିଲେଡର ଓଭାଲ୍ ଗ୍ରାଉଣ୍ଡରେ ଖେଳାଯିବା । ଭାରତୀୟ ସମୟ ଅପରାହ୍ଣ ଗୋଟାଏ ୩୦ ମିନିଟ୍ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ ।
Comments are closed.