www.samajalive.in
Monday, December 15, 2025
24.1 C
Bhubaneswar

ସିଡ୍‌ନୀ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ସମ୍ମୁଖରେ ଏକାଧିକ ପ୍ରଶ୍ନ; କେଉଁ ଖେଳାଳି ଆସିବେ; କିଏ ବସିବେ?

ମେଲ୍‌ବୋର୍ଣ୍ଣ : ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ମଧ୍ୟରେ ଖେଳା ଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ର ୨ଟି ମ୍ୟାଚ୍‌ ଶେଷହୋଇଛି। ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଜିତିଥିବା ବେଳେ ୨ୟ ମ୍ୟାଚ୍‌ ଜିତି ଭାରତ ସିରିଜ୍‌କୁ ୧-୧କୁ ଆଣିବାରେ ସକ୍ଷମ ହୋଇଛି। ଆଡିଲେଡ୍‌ରେ ୨ୟ ଇନିଂସରେ ୩୬ ରନ୍‌ରେ ଅଲ୍‌ଆଉଟ ହେବା ପରେ ଭାରତୀୟ ଦଳ ପ୍ରମୁଖ ୨ ଜଣ ଖେଳାଳିଙ୍କୁ ହରାଇଥିଲା। ମ୍ୟାଚ୍‌ ମଝିରେ ଉମେଶ ଯାଦବ ବାଦ୍ ପଡ଼ିଥିଲେ। ଏହାସତ୍ତ୍ବେ ୮ ୱିକେଟ୍‌ରେ ଭାରତୀୟ ଦଳର ବିଜୟ କ୍ରିକେଟ୍‌ ସମୀକ୍ଷକଙ୍କୁ ଚକିତ କରିବା ସହ ଭାରତୀୟ ଦଳର ପ୍ରଶଂସକଙ୍କୁ ଉଲ୍ଲସିତ କରିଛି।
ଏବେ ଭାରତୀୟ ଦଳର ନଜର ସିଡ୍‌ନୀ ଟେଷ୍ଟ ଉପରେ। ଜାନୁଆରୀ ୭ରୁ ୩ୟ ଟେଷ୍ଟ ଏଠାରେ ଖେଳାଯିବ। ଦଳର ରଣନୀତି ପ୍ରସ୍ତୁତି ଅପେକ୍ଷା ସିଡ୍‌ନୀ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ବାଛିବା ଭାରତୀୟ ଦଳର ପ୍ରଥମ ଲକ୍ଷ୍ୟ। ତେବେ ଯାହା ବି ସୂଚନା ମିଳିଛି; ଚୂଡ଼ାନ୍ତ ଏକାଦଶରେ ୨/୩ଟି ପରିବର୍ତ୍ତନ ନିଶ୍ଚିତ।
ତାରକା ବ୍ୟାଟସମ୍ୟାନ୍ ରୋହିତ ଶର୍ମା ସଙ୍ଗରୋଧ ବିତାଇ ଭାରତୀୟ ଦଳରେ ଯୋଗ ଦେଇଥିବାରୁ ସେ ୩ୟ ଟେଷ୍ଟରେ ଖେଳିବେ। ତେବେ ରୋହିତ କେଉଁ ସ୍ଥାନରେ ବ୍ୟାଟିଂ କରିବେ; ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ରୋହିତ ଭାରତୀୟ ଦଳ ତରଫରୁ ବ୍ୟାଟିଂ ଓପନ୍‌ କରିବେ କିମ୍ବା ତାଙ୍କୁ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍‌ରେ ରୋହିତ ଇନିଂସ ଓପନ୍‌କରି ବେଶ୍‌ ସଫଳତା ହାସଲ କରିଛନ୍ତି। ତେବେ ୩ୟ ଟେଷ୍ଟରେ ରୋହିତଙ୍କୁ ଓପନ୍‌ କରିବାକୁ ମିଳିବା ନିଶ୍ଚିତ ନୁହେଁ। କାରଣ ରୋହିତଙ୍କର ମ୍ୟାଚ୍‌ ଅଭ୍ୟାସ ନାହିଁ। ନଭେମ୍ବର ୧୦ରେ ଆଇପିଏଲ୍‌ ଫାଇନାଲ ପରେ ରୋହିତ କୌଣସି ପ୍ରତିଦ୍ବନ୍ଦ୍ବିତାମୂଳକ ମ୍ୟାଚ୍‌ ଖେଳିନାହାନ୍ତି। ବୁଧବାର ଦଳ ସହ ରୋହିତ ଯୋଗ ଦେଇଥିବା ବେଳେ ତାଙ୍କ ସହ ଆଲୋଚନା କରି ତାଙ୍କୁ ଖେଳାଯିବ କି ନାହିଁ; ଏବଂ ଖେଳାଗଲେ କେଉଁ ସ୍ଥାନରେ ଖେଳିବେ; ତା’ର ନିଷ୍ପତ୍ତି ନିଆଯିବ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି। ଯଦି ରୋହିତ ଓପନ୍‌ କରନ୍ତି​; ‌​‌ତେବେ ମୟଙ୍କ ଅଗ୍ରୱାଲ୍‌ଙ୍କୁ ଦଳରୁ ବାଦ୍ ଦିଆ ଯାଇପାରେ ବୋଲି କ୍ରିକେଟ୍‌ ପଣ୍ଡିତ ମତ ଦେଇଛନ୍ତି। ଅନ୍ୟ କେତେକଙ୍କ ମତରେ ଯଦି ରୋହିତ ମଧ୍ୟଭାଗରେ ବ୍ୟାଟିଂକରନ୍ତି; ତେବେ ହନୁମା ବିହାରୀ ଏକାଦଶରୁ ବାଦ୍‌ପଡ଼ିବେ। ସେହିପରି ଯଦି ଉଭୟ ମୟଙ୍କ ଓ ହନୁମାଙ୍କୁ ୩ୟ ଟେଷ୍ଟରୁ ବାଦ୍ ଦିଆଯାଏ; ତେବେ ରୋହିତଙ୍କ ସହ ତାରକା ବ୍ୟାଟସମ୍ୟାନ୍‌ କେ.ଏଲ୍‌. ରାହୁଲଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି। ତେବେ ରାହୁଲ ଓପ୍‌ନର ଭାବେ ଖେଳିବାର ସମ୍ଭାବନା ଅଧିକ ଥିବା ବେଳେ ରୋହିତ ଓ ଗିଲ୍‌ଙ୍କୁ ମଧ୍ୟରୁ କିଏ ମଧ୍ୟକ୍ରମରେ ଖେଳୁଛନ୍ତି; ତାହା ଦେଖିବାକୁ ବାକିରହିଲା। ୨ୟ ଟେଷ୍ଟରେ ଓପନର୍‌ ଭାବେ ଭଲ ପ୍ରଦର୍ଶନ କରିଥିବା ଶୁବମାନ୍‌ ଗିଲ୍‌ ୩ୟ ଟେଷ୍ଟ ଖେଳିବା ନିଶ୍ଚିତ। ରୋହିତ ଓପନ୍‌ କରୁଛନ୍ତି କି ନାହିଁ; ତାହା ଉପରେ ଗିଲ୍‌ଙ୍କ ବ୍ୟାଟିଂ ଅର୍ଡର ନିର୍ଭର କରୁଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories