ପ୍ରଥମକରି ୧୯୮୭ରେ ଚୀନ୍ ମହାକାଶ ଷ୍ଟେସନ୍ରେ ଚାଷ ଆରମ୍ଭ କଲା। ଆରମ୍ଭ ଦିନରେ ଯେତେ ଚେଷ୍ଟା କରିବା ସତ୍ତ୍ବେ ଗବେଷକମାନେ ସଫଳ ହୋଇପାରିନଥିଲେ। ଶେଷରେ ୧୯୯୦ରେ ମିଠା ଲଙ୍କା ‘ୟୁଜିଓ-ୱାନ୍’ ମହାକାଶରେ ଫଳିବା ପରେ ଗବେଷକଙ୍କ ମନରେ ଆଶା ସଞ୍ଚାରିତ ହେଲା।
ଭିନ୍ନ ଜଳବାୟୁ ଓ ମାଇକ୍ରୋଗ୍ରାଭିଟିରେ ଏହି ଚାଷରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ଗବେଷକ ମୁଖ୍ୟ ଲିଉ କହିଛନ୍ତି ଯେଉଁ ଭଳି ଗତିରେ ପୃଥିବୀବାସୀ ଅଗ୍ରଗତି କରୁଛନ୍ତି, ଆଉ ବର୍ଷ କେଇଟାରେ ମହାକାଶରେ ମଧ୍ୟ ଘରଦ୍ବାର କରି ଲୋକ ରହିବେ।
ମହାକାଶବାସିନ୍ଦାଙ୍କ ପାଇଁ ଖାଦ୍ୟପାନୀୟ କ’ଣ ସବୁବେଳେ ପୃଥିବୀପୃଷ୍ଠରୁ ଯିବ। ଏହି ସମସ୍ୟାର ସମାଧାନ କରିବାକୁ ଯାଇ ମହାକାଶରେ ଚାଷ ଆରମ୍ଭ ହୋଇଛି। ଅନ୍ତତଃ ମହାକାଶରେ ଜନବସତି ଆରମ୍ଭ ବେଳକୁ ଯେମିତି ଖାଦ୍ୟ ଏକ ମୁଖ୍ୟ ସମସ୍ୟା ଭାବେ ଛିଡ଼ା ନ ହୁଏ।



