www.samajalive.in
Monday, December 15, 2025
26.1 C
Bhubaneswar

ଆସନ୍ତା ବର୍ଷ ଦେଶରେ 5G ସେବା ପାଇଁ ପ୍ରସ୍ତୁତି, ପୁରୁଣା ଆଇନ ପରିବର୍ତ୍ତନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ – ୨୦୨୨ ମସିହାର ଶେଷ ବେଳକୁ ଭାରତରେ 5G ଲଞ୍ଚ୍‌ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶ୍ୱର ୫୨ଟି ଦେଶରେ ଏହି ସେବା ଆରମ୍ଭ ହୋଇ ସାରିଲାଣି । ଏଥିରେ ଇଣ୍ଟରନେଟ୍‌ ସ୍ପିଡ୍‌ ବୃଦ୍ଧି ପାଇବ । 4ଜି ସେବା ଆସିବା ପରେ ଦେଶରେ ଇଣ୍ଟରନେଟ୍‌ର ବ୍ୟବହାର ବୃଦ୍ଧି ପାଇଛି । ଜିଓ ଆସିବା ପରେ ଦେଶରେ ସ୍ମାର୍ଟଫୋନ୍‌ ସହ ଇଣ୍ଟରନେଟ୍‌ର ବ୍ୟବହାର ବୃଦ୍ଧି ପାଇଥିଲା। କୋଭିଡ୍‌ ସମୟରେ ଅଧିକାଂଶ ଓ୍ୱାର୍କ ଫ୍ରମ୍‌ ହୋମ୍‌ ସହ ଅନ୍‌ଲାଇନ୍‌ କ୍ଲାସ୍‌ ମଧ୍ୟ କରିଥିଲେ । ଏବେ ଦେଶରେ ଅନ୍‌ଲାଇନ୍‌ ବ୍ୟାକିଂ କାରବାର ଆଶାତୀତ ବୃଦ୍ଧି ପାଇଛି । 5G ଇଣ୍ଟରନେଟ୍‌ ସେବା ପ୍ରଚଳନ ହେଲେ ଇଣ୍ଟରନେଟ୍‌ର ବେଗ ବା ସ୍ପିଡ୍‌ ବୃଦ୍ଧି ପାଇବ ।

ଏଥିପାଇଁ ଥିବା ଆଇଇନରେ ପରିବର୍ତ୍ତନର କରାଯିବାର ଆବଶ୍ୟକତା ରହିଛି । ପୁରୁଣା ଆଇନରେ ପରିବର୍ତ୍ତନ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସରକାର ଚାହୁଛନ୍ତି କମ୍ପାନୀମାନଙ୍କର ଗୋଟିଏ ଅନ୍ୟରେ ବିଲୟ ହେଉ । ବ୍ୟବସାୟ ବିସ୍ତାର କରିବା ପାଇଁ ବାରମ୍ବାର ଅଦାଲତର ଦ୍ୱାରସ୍ଥ ହେବା ପାଇଁ ନ ପଡୁ ।

- Advertisement -

ଇଂରେଜମାନେ କରିଥିବା ଉପନିବେଶ ସମୟର ଭାରତୀୟ ଟେଲିଗ୍ରାଫ ଅଧିନିୟମ ଏବେ ବି ପ୍ରଚଳିତ ରହିଛି । ୧୮୮୫ ମସିହାରେ ତିଆରି କରାଯାଇଥିବା ଏହି ଆଇନ ଏବେ ବି ଟେଲିକମ୍‌ ସେକ୍ଟରରେ ପ୍ରଚଳିତ ରହିଛି । ମାତ୍ର ଏବେ ସମୟ ସହ ଅନେକ ଜିନିଷ ନାଟକୀୟ ଭାବେ ପରିବର୍ତ୍ତନ ହୋଇଛି । ଏଥିରେ ଥିବା ବିଭିନ୍ନ ରେଗୁଲେସନ୍‌ ୬୦-୭୦ ବର୍ଷ ପୁରୁଣା । ଏଥିପାଇଁ ସରକାର ଏହି ନିୟମ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ଟେଲେକମ୍ୟୁନିକେସନ୍‌ ସେକ୍ଟରେ ରିହାତି ପ୍ୟାକେଜ୍‌ ଦେବା ସହ ସେମିକଣ୍ଡକ୍ଟର ନିର୍ମାତାଙ୍କୁ ଭାରତ ପ୍ରତି ଆକୃଷ୍ଟ କରିବା ପାଇଁ ଯୋଜନା କରାଯାଇଛି । ଶହ ଶହ କୋଟି ଲୋକଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ସମ୍ପନ୍ନ ଟେଲିକମ୍‌ ଉଦ୍ୟୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତରେ 5G ନେଟଓ୍ୱର୍କ ଉପଲବ୍ଧ ହେବ ବୋଲି ଆଶାବାଦୀ ଥିବା ଅଶ୍ୱନୀ ବୈଷ୍ଣବ କହିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories