www.samajalive.in
Monday, December 8, 2025
16.1 C
Bhubaneswar

ଉନ୍ନତ ଭିତ୍ତିଭୂମି ଓ ପୁରସ୍କାର ରାଜ୍ୟ କ୍ରୀଡ଼ାକୁ ଆଗକୁ ନେବାରେ ସହାୟକ ହେବ: କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଉଲ୍ଲେଖନୀୟ କ୍ରୀଡ଼ା ପ୍ରଦର୍ଶନ କରିଥିବା ରାଜ୍ୟର ମୋଟ ୨୩୭ ଜଣ କ୍ରୀଡ଼ାବିତଙ୍କୁ ଅର୍ଥ ପୁରସ୍କାରରେ ସମ୍ମାନିତ କରଯାଇଛି। କ୍ରୀଡା ଓ ଯୁବସେବା ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପୁରସ୍କାର ବିତରଣ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ତଥା ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଭାଗ କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣା ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ କ୍ରୀଡ଼ାବିତମାନଙ୍କୁ ମୋଟ ୧ କୋଟି ୮ ଲକ୍ଷ ୮୩ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ ।
ପ୍ରତ୍ୟକ୍ଷ ତଥା ଭର୍ଚୁଆଲରେ ଯୋଗଦେଇଥିବା କ୍ରୀଡ଼ାବିତ୍‌ମାନଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘ସ୍ପୋର୍ଟ୍ସ ଫର ୟୁଥ ଏବଂ ୟୁଥ ଫର ଫିଉଚର’ ଲକ୍ଷ୍ୟକୁ ପୂରଣ ନିମନ୍ତେ ଆମ ବିଭାଗ ଅନେକ ଆଖିଦୃଷ୍ଟିଆ କାର୍ଯ୍ୟ କରିଆସିଛି। ଖେଳାଳିମାନଙ୍କୁ ନିଜ ନିଜ ଇଭେଣ୍ଟରେ ଉତ୍କର୍ଷ ପ୍ରତିପାଦନ ପାଇଁ ଅନେକ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ଆମେ ସକ୍ଷମ ହୋଇ ପାରିଛୁ । ଖେଳାଳୀମାନଙ୍କ ଉଚ୍ଚ ପ୍ରଦଶନ ନିମନ୍ତେ ରାଜ୍ୟରେ ୧୧ଟି ଏଚପିସି ର୍ନିମାଣ ହୋଇଛି । ଗତ କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ କଳିଙ୍ଗ ଷ୍ଟାଡିୟମ ଗସ୍ତକରି ୮୯ଟି ଇଣ୍ଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ସହ ଅନେକଗୁଡିଏ ବୃହତ କ୍ରୀଡା ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ପୁରସ୍କାର ଆମ କ୍ରୀଡ଼ାବିତ୍‌ଙ୍କ କଠିନ ପରିଶ୍ରମ ଓ ଉତ୍କର୍ଷର ସ୍ୱ୍ୱୀକୃତି । ଏହି କ୍ରୀଡ଼ାବିତମାନେ ହେଉଛନ୍ତି ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ । ଏଣୁ ଆମ ଖେଳାଳୀମାନେ ଆଗାମୀ ଦିନରେ ଭଲ ଖେଳ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ
କହିଥିଲେ ।

ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିବା ମୋଟ ୨୩୭ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ୧୭୨ ଜଣ ସାଧାରଣ ବର୍ଗର ଆଥଲେଟ ହୋଇଥିବାବେଳେ ୬୫ଜଣ ପାରା-ଆଥଲେଟ ବର୍ଗରେ ରହିଛନ୍ତି । ସାଧାରଣ ବର୍ଗର ୧୭୨ କ୍ରୀଡ଼ାବିତଙ୍କୁ ମୋଟ ୪୭ ଲକ୍ଷ ୧୩ ହଜାର ୫୦୦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ୬୫ଜଣ ପାରା-ଆଥଲେଟଙ୍କୁ ମୋଟ ୬୧ଲକ୍ଷ ୬୯ ହଜାର ୫୦୦ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍‌ ଓ କୋଚମାନଙ୍କୁ ଅର୍ଥରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories