www.samajalive.in
Saturday, December 6, 2025
26.1 C
Bhubaneswar

ଆସିଲା Realme 14x: ଆଇପି୬୯ ରେଟିଂ ଥିବା ସବୁଠୁ ଶସ୍ତା ସ୍ମାର୍ଟଫୋନ୍, ଆକର୍ଷଣୀୟ ଫିଚର

ସମାଜ ଡିଜିଟାଲ ଡେସ୍କ: Realme 14x 5G ସ୍ମାର୍ଟଫୋନ ଭାରତରେ ଲଞ୍ଚ୍‌ ହୋଇଯାଇଛି। ଏହା ହେଉଛି ଭାରତର ପ୍ରଥମ ଆଇପି୬୯ ରେଟିଂ ସ୍ମାର୍ଟଫୋନ୍, ଯାହାର ମୂଲ୍ୟ ୧୫ ହଜାର ଟଙ୍କାରୁ କମ୍। ଏଥିରେ ମିଲିଟାରୀ ଗ୍ରେଡ୍‌ ସକ୍‌ ରେଜିଷ୍ଟାନ୍ସ ସହ ୬୦୦୦ଏମଏଏଚ ବ୍ୟାଟେରୀ ଓ ୪୫ଓ୍ବାଟ୍‌ SuperVOOC ଚାର୍ଜିଙ୍ଗ୍‌ ଦିଆଯାଇଛି। ଏହି ଫୋନ୍ ତିନୋଟି ରଙ୍ଗ କ୍ରିଷ୍ଟଲ ବ୍ଲାକ, ଗୋଲ୍ଡେନ ଗ୍ଲୋ ଓ ଜୁଏଲ ରେଡ୍‌ରେ ଉପଲବ୍ଧ।

Realme 14xର ସବୁ ମଡେଲ ଦାମ୍‌:

- Advertisement -

ଫୋନ୍‌ ଦୁଇଟି ଷ୍ଟୋରେଜ ଭାରିଆଣ୍ଟରେ ଉପଲବ୍ଧ। ଏହାର ୬ଜିବି ରାମ୍ ଓ ୧୨୮ଜିବି ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ହୋଇଥିବାବେଳେ ୮ଜିବି ରାମ୍‌ ଓ ୧୨୮ଜିବି ଷ୍ଟୋରେଜ ଭାରିଆଣ୍ଟର ମୂଲ୍ୟ ୧୫,୯୯୯ ଟଙ୍କା।

କେଉଁଠୁ କିଣିବେ:

ଫୋନ୍‌କୁ ରିଅଲ୍‌ମୀ ଡଟ୍‌ କମ୍‌ ଏବଂ ଫ୍ଲିପ୍‌କାର୍ଟ ସହ ମେନଲାଇନ ଚ୍ୟାନେଲ ଷ୍ଟୋରରୁ କିଣିପାରିବେ। ଫୋନ୍‌ର ପ୍ରଥମ ସେଲ୍‌ ଡିସେମ୍ବର ୧୮ ତାରିଖ ଦିନ ୧୨ଟାରେ ଆରମ୍ଭ ହୋଇଛି, ଯାହା ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ୧୦୦୦ ଟଙ୍କାର ବ୍ୟାଙ୍କ ଅଫରର ଲାଭ ଉଠାଇ ପାରିବେ।

ଆକର୍ଷଣୀୟ ଫିଚର:

ଫୋନରେ ସୋନିକୱେଭ୍ ୱାଟର ଇଞ୍ଜେକ୍ଟ ଏବଂ ରେନ୍‌ଓ୍ବାଟର ସ୍ମାର୍ଟ ଟଚ୍ ଭଳି ଅନେକ ଅଭିନବ ଫିଚର ଦିଆଯାଇଛି। ଉଚ୍ଚ ଚାପର ୱାଟର ଜେଟ୍ ଦ୍ୱାରା ମଧ୍ୟ ଫୋନ୍ ନଷ୍ଟ ହେବ ନାହିଁ ବୋଲି କମ୍ପାନୀ ଦାବି କରିଛି। ଏଥିସହ ଯଦି ଫୋନକୁ ୧.୫ ମିଟର ପାଣିରେ ୩୦ ମିନିଟ୍ ପର୍ଯ୍ୟନ୍ତ ରଖାଯାଏ, ତେବେ ଏଭଳି ପରିସ୍ଥିତିରେ ମଧ୍ୟ ଫୋନ୍‌ ସୁରକ୍ଷିତ ରହିବ।

Realme 14x ଡିସ୍‌ପ୍ଲେ:

ଫୋନରେ ୬.୬ ଇଞ୍ଚର ସମ୍ପୂର୍ଣ୍ଣ ଏଚ୍‌ଡି ପ୍ଲସ୍‌ IPS LCD ପ୍ୟାନେଲ ଦିଆଯାଇଛି। ଏହା ୧୨୦ଏଚ୍‌ଜେଡ୍‌ ରିଫ୍ରେଶ୍‌ ରେଟ୍‌ ସପୋର୍ଟ ସହ ଆସିଛି। ଫୋନ୍ରେ ୧୦ ଜିବି ଭର୍ଚୁଆଲ ରାମ୍‌ ସପୋର୍ଟ ଉପଲବ୍ଧ। ଏଥିସହ ଫୋନ୍‌ ଆଣ୍ଡ୍ରଏଡ୍‌ ୧୫ ଆଧାରିତ Realme UI 5.0ରେ କାମ କରେ।

Realme 14x କ୍ୟାମେରା:

କ୍ୟାମେରା ବିଷୟରେ କହିବାକୁ ଗଲେ, ଫୋନରେ ୫୦ଏମପି ପ୍ରାଇମେରୀ କ୍ୟାମେରା ସେନ୍ସର ଦିଆଯାଇଛି। ଏହାସହ ୮ଏମପି ଫ୍ରଣ୍ଟ କ୍ୟାମେରା ସେନ୍ସର ଦିଆଯାଇଛି। ସାଇଡ୍‌ ଫିଙ୍ଗରପ୍ରିଣ୍ଟ ସେନ୍ସର ସପୋର୍ଟ ଦିଆଯାଇଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories