www.samajalive.in
Saturday, December 13, 2025
26.1 C
Bhubaneswar

ସାବଧାନ! ଏହି ବ୍ରାଣ୍ଡର ଜିନିଷ ବ୍ୟବହାର କଲେ ଲିକ୍‌ ହେଉଛି ବ୍ୟକ୍ତିଗତ ତଥ୍ୟ…

ନୂଆଦିଲ୍ଲୀ-‘ବୋଟ୍‌’ ବ୍ରାଣ୍ଡର ଇୟରଫୋନ୍‌, ଇୟରବଡ୍‌, ହେଡ୍‌ଫୋନ, ସ୍ପିକର, ସ୍ମାର୍ଟ ୱାଚ୍‌ ଆଦି ବ୍ୟବହାରକାରୀଙ୍କ ପାଇଁ ଦୁଃସମ୍ବାଦ। ସେମାନଙ୍କ ବ୍ୟକ୍ତିଗତ ଡାଟା(ତଥ୍ୟ) ଏବେ ଅସୁରକ୍ଷିତ ହୋଇପଡ଼ିଛି। ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବୋଟ୍‌ର ପ୍ରାୟ ୭୫ ଲକ୍ଷ ଭାରତୀୟ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥିବା ଜଣାପଡ଼ିଛି। ଗ୍ରାହକଙ୍କ ନାମ, ଠିକଣା, ଫୋନ୍‌ ନମ୍ବର, ଇ-ମେଲ୍‌ ଆଇଡି ଓ ଗ୍ରାହକ ଆଇଡି ଭଳି ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଯିବା ସହ ଡାର୍କ ୱେବ୍‌ରେ ଉପଲବ୍ଧ ହେଉଥିବା ‘ଫୋର୍ବସ ଇଣ୍ଡିଆ’ ସର୍ଭେରୁ ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ଲୋକପ୍ରିୟ ଭାରତୀୟ କମ୍ପାନୀ ବୋଟ୍‌ର ଗ୍ରାହକଙ୍କ ତଥ୍ୟ ଚୋରି ସମ୍ପର୍କରେ ‘ସୋଫିଗେ’ ନାମକ ହ୍ୟାକର ସୂଚନା ଦେଇଛି। ହ୍ୟାକର ସୋଫିଗେ ଦର୍ଶାଇଛି ଯେ ଏପ୍ରିଲ ୫ରେ ଏହା ବୋଟ୍‌ ଲାଇଫ୍‌ ଷ୍ଟାଇଲ ଡାଟାବେସ୍‌ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହେବା ସହ ଏହି ୭୫ ଲକ୍ଷ ବୋଟ୍‌ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିବା ପରେ ଡାର୍କ ୱେବ୍‌ରେ ରଖିଛି। ଡାର୍କ ୱେବ୍‌ ହେଉଛି ଇଣ୍ଟରନେଟ୍‌ର ଏକ ଅଂଶ; ଯାହା ସହିତ ଆକ୍‌ସେସ୍‌ (ସମ୍ପର୍କ ସ୍ଥାପନ) ପାଇଁ ଏକ ସ୍ବତନ୍ତ୍ର ସଫ୍ଟୱେରର ଆବଶ୍ୟକତା ପଡ଼ିଥାଏ। ଏହାକୁ ସାଧାରଣ ସର୍ଚ୍ଚ ଇଞ୍ଜିନ ଦ୍ବାରା ଖୋଜାଯାଇପାରିବ ନାହିଁ। ଏହି ଚୋରି ତଥ୍ୟକୁ ସାଇବର ଠକେଇରେ ବ୍ୟବହାର କରାଯାଇପାରେ ବୋଲି ଆଶଙ୍କା କରାଯାଉଛି। ସାଇବର ଠକଙ୍କ ସମୁଦାୟରେ ହ୍ୟାକରର ଉପସ୍ଥିତି ଜାହିର କରିବା ଏହି ଚୋରିର ଉଦ୍ଦେଶ୍ୟ ହୋଇପାରେ ବୋଲି ବିଶେଷଜ୍ଞ ରାକେଶ କ୍ରିଷ୍ଣନ୍‌ କହିଛନ୍ତି। ହ୍ୟାକର ବୋଟ୍‌ ଗ୍ରାହକଙ୍କ ଡାଟାବେସ୍‌କୁ ମାସେ ପୂର୍ବରୁ ଆକ୍‌ସେସ୍‌ ପାଇଥିବା ବେଳେ ଗତ
ରବିବାର ଏହି ତଥ୍ୟକୁ ଡାର୍କ ୱେବ୍‌ରେ ଉପଲବ୍ଧ କରାଇଥିଲା। ‘ସିକ୍ୟୁରିଟି ବ୍ରିଗେଡ୍‌’ର ପ୍ରତିଷ୍ଠାତା ୟସ୍‌ କାଡ଼କିଆ କହିଛନ୍ତି, ଏହି ତଥ୍ୟ ମାତ୍ର ୨ ୟୁରୋ (ପ୍ରାୟ ୧୮୦ ଟଙ୍କା) ମୂଲ୍ୟରେ ବିକ୍ରି ହେଉଛି ଓ ବହୁ ଶୀଘ୍ର ଏହା ସାମାଜିକ ଗଣମାଧ୍ୟମ ‘ଟେଲିଗ୍ରାମ’ରେ ବିନାମୂଲ୍ୟରେ ଉପଲବ୍ଧ ହେବ। ଏହି ତଥ୍ୟକୁ ବହୁ ବେଆଇନ ଇ-ମେଲ୍‌ ଓ ଫୋନ୍‌ କାରବାର(ସ୍କାମ୍‌)ରେ ବ୍ୟବହାର କରାଯାଇପାରେ।

ଭାରତର ଅମନ ଗୁପ୍ତା ଓ ସମୀର ମେହତା ୨୦୧୬ରେ ବୋଟ୍‌ର ପ୍ରତିଷ୍ଠା କରିଥିଲେ। ୨୦୨୩ର ଶେଷ ତ୍ରୈମାସିକରେ ବୋଟ୍‌ ଦେଶରେ ଦ୍ବିତୀୟ ପ୍ରମୁଖ ଉତ୍ପାଦ ହୋଇପାରିଥିଲା। ଆଇଡିସି ରିପୋର୍ଟ ଅନୁଯାୟୀ, ଗତ ମାର୍ଚ୍ଚରେ ବୋଟ୍‌ ଉତ୍ପାଦର ବିକ୍ରି ୩ ହଜାର କୋଟି ଟଙ୍କା ଟପିଥିଲା। ୨୦୨୨ରେ କମ୍ପାନୀର ଆୟ ୨,୮୮୬.୪ କୋଟି ଟଙ୍କା ଥିବାବେଳେ ୨୦୨୩ରେ ଏହା ୩,୪୦୩.୧ କୋଟିକୁ ବୃଦ୍ଧି ପାଇଥିଲା। ଏଥିରୁ ବୋଟ୍‌ ଉତ୍ପାଦର ଚାହିଦା ଅନୁମେୟ ବୋଲି କାଡ଼କିଆ କହିଛନ୍ତି। ଅପରପକ୍ଷରେ ସୁରକ୍ଷା ଉଲ୍ଲଂଘନ ଉପରେ ବୋଟ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories