www.samajalive.in
Sunday, December 14, 2025
23.1 C
Bhubaneswar

କିନ୍ନରଙ୍କ ପାଇଁ ‘ସ୍ୱୀକୃତି’ ଯୋଜନାରେ ଅଧିକ ସୁବିଧା, ଛାତ୍ରାବାସ ଓ ଆର୍ଥିକ କାର୍ଯ୍ୟକଳାପ ପାଇଁ ସରକାରୀ ସହାୟତା

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କିନ୍ନରମାନଙ୍କ ନିରାପଦ ଭବିଷ୍ୟତ ଓ ଆର୍ଥିକ ନିର୍ଭରତା ନିମନ୍ତେ ‘ସ୍ୱୀକୃତି’ ଯୋଜନାରେ ସରକାର ବିଶେଷ ସୁବିଧା ମଞ୍ଜୁର କରିଛନ୍ତି। ସେମାନଙ୍କ ଶିକ୍ଷାଗତ ଅଭିବୃଦ୍ଧି ଏବଂ ଆର୍ଥିକ କାର୍ଯ୍ୟକଳାପ ନିମନ୍ତେ ସରକାରୀ ସହାୟତାର ବ୍ୟବସ୍ଥା କରାଯାଇଛି। କିନ୍ନରମାନଙ୍କ ପାଠପଢ଼ା ପାଇଁ ସରକାରଙ୍କ ପକ୍ଷରୁ ପ୍ରାକ୍‌-ମାଟ୍ରିକ୍‌ ଓ ମାଟ୍ରିକ୍‌ ପରବର୍ତ୍ତୀ ଶିକ୍ଷାବୃତ୍ତି

ପରିମାଣ ମାସିକ ସର୍ବନିମ୍ନ ଏକ ହଜାର ଟଙ୍କାରୁ ଆରମ୍ଭ ହୋଇ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି।
ସେମାନଙ୍କ ପାଇଁ ଛାତ୍ରାବାସ ସୁବିଧା ନିମନ୍ତେ ସେମାନେ ପଢ଼ୁଥିବା ଶିକ୍ଷାନୁଷ୍ଠାନ ଛାତ୍ରାବାସ ସୁବିଧା କରିପାରିବେ। ଛାତ୍ରାବାସରେ ରହୁଥିବା ପ୍ରତି କିନ୍ନରଙ୍କୁ ଉପକରଣ କ୍ରୟ ନିମନ୍ତେ ଏକକାଳୀନ ପାଠପଢ଼ା ଶେଷ ପର୍ଯ୍ୟନ୍ତ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ସଂପୃକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସୁପାରିଶକୁ ଭିତ୍ତି କରି ପ୍ରତି କିନ୍ନରଙ୍କୁ ମାସିକ ତିନି ହଜାର ଟଙ୍କା ଛାତ୍ରାବାସ ଖର୍ଚ୍ଚ ଯୋଗାଇ ଦିଆଯିବ।

- Advertisement -

ଅନୁରୂପ ଭାବରେ, କିନ୍ନରମାନଙ୍କ ଆର୍ଥିକ ନିର୍ଭରତା ବୃଦ୍ଧି ଉଦ୍ଦେଶ୍ୟରେ ଉଦ୍ୟୋଗ ଆରମ୍ଭ କରି ଆତ୍ମନିଯୁକ୍ତିଭିତ୍ତିକ ରୋଜଗାର ନିମନ୍ତେ ସରକାରୀ ସହାୟତା ପ୍ରଦାନ କରାଯିବ। ବ୍ୟକ୍ତିଗତ ଭାବରେ ଜଣେ ପଞ୍ଜୀକୃତ କିନ୍ନର ଉଦ୍ୟୋଗୀଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ।

କିନ୍ନର ଉଦ୍ୟୋଗୀମାନେ ଦଳଗତ ଭାବରେ କୌଣସି ପ୍ରକଳ୍ପ ଆରମ୍ଭ କଲେ ସେମାନଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। କିନ୍ନରମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି କୌଣସି ଆୟକାରୀ ପ୍ରକଳ୍ପ ଆରମ୍ଭ କଲେ, ସେହି ଗୋଷ୍ଠୀଙ୍କୁ ମଧ୍ୟ ଏକକାଳୀନ ଏକ ଲକ୍ଷ ପଚିଶ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ। ପ୍ରତି ଜିଲାରେ କାର୍ଯ୍ୟରତ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କଠାରୁ ଏ ବାବଦରେ ବିଶଦ ସୂଚନା ଓ ତଥ୍ୟ ଉପଲବ୍ଧ ହୋଇପାରିବ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, କିନ୍ନରମାନଙ୍କୁ ଉତ୍ତମ ମାନବସମ୍ବଳ ଭାବରେ ବିବେଚନା କରି ସେମାନଙ୍କ ସୁରକ୍ଷା ଓ ଆର୍ଥିକ ନିରାପତ୍ତା ନିମନ୍ତେ ଅନୁକୂଳ ବାତାବରଣ ସୃଷ୍ଟି ଉଦ୍ଦେଶ୍ୟରେ ସରକାର ସେମାନଙ୍କ ଶିକ୍ଷା, ଦକ୍ଷତା ବିକାଶ ସାଙ୍ଗକୁ ଛାତ୍ରାବାସ ରହଣି ଉପରେ ଗୁରୁତ୍ୱ ଦେଇଛନ୍ତି। ସେମାନଙ୍କ ଆର୍ଥିକ କାର୍ଯ୍ୟକଳାପକୁ ସଶକ୍ତ କରିବା ଉଦେଶ୍ୟରେ ଏପରି ସହାୟତା ବିଶେଷ ପ୍ରଭାବୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories