ଦିଲ୍ଲୀରେ ସ୍ୱଚ୍ଛ ଭାରତ ଅଭିଯାନ ବିଫଳ

0

ନୂଆଦିଲ୍ଲୀ, ସ୍ୱଚ୍ଛ ଭାରତ ଅଭିଯାନରେ ନୂଆଦିଲ୍ଲୀରେ ଗୋଟିଏ ବି ଶୌଚାଳୟ ନିର୍ମାଣ ହୋଇନି । ଏଥିପାଇଁ ୪୦ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ଦିଲ୍ଲୀ ପୌର ନିଗମ ଓ ଦିଲ୍ଲୀ ସହରାଞ୍ଚଳ ଆଶ୍ରୟସ୍ଥଳ ବିକାଶ ବୋର୍ଡକୁ ଏହି ଅର୍ଥ ଦିଲ୍ଲୀର ଆମ୍‌ ଆଦ୍‌ମୀ ସରକାର ହସ୍ତାନ୍ତର କରିନାହାନ୍ତି । ବ୍ୟାଙ୍କରେ ଏହି ଅର୍ଥ ରାଶି ପଡ଼ି ରହିଛି ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ସମଗ୍ର ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରୁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ସେଠାରେ ହିଁ ଏହି ଯୋଜନା ବିଫଳ ହୋଇଥିବା ଦେଖାଯାଇଛି । ଦିଲ୍ଲୀରେ ଅଣସ୍ୱୀକୃତିପ୍ରାପ୍ତ କଲୋନୀ ବା ଜନାଞ୍ଚଳକୁ ସ୍ୱଚ୍ଛ ଭାରତ ଯୋଜନାରୁ ବାଦ୍‌ ଦିଆଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି ।

Leave A Reply