www.samajalive.in
Monday, December 15, 2025
24.1 C
Bhubaneswar

ନୂଆ ରୂପରେ ଆସିଲା ସୁଜୁକିର ଏହି ବାଇକ୍, ଜାଣନ୍ତୁ ଦାମ୍ ଓ ଫିଚର୍..

ନୂଆଦିଲ୍ଲୀ : ସୁଜୁକି ମୋଟରସାଇକେଲ ଇଣ୍ଡିଆ ନିଜ ଲୋକପ୍ରିୟ ବାଇକ୍ ଜିଏସଏକ୍ସ-୮ଆରର ୨୦୨୫ ଭର୍ସନ ଲଞ୍ଚ୍ କରିଦେଇଛି । ଏହା ଓବିଡି-୨ବି ଉତ୍ସେର୍ଜନ ମାପଦଣ୍ଡ ପୁରା କରୁଛି । କମ୍ପାନୀ ମୋଟରସାଇକେଲକୁ ୯.୨୫ ଲକ୍ଷ ଟଙ୍କାର ଏକ୍ସ-ଶୋରୁମ୍ ଦାମରେ ଲଞ୍ଚ୍ କରିଛି । ଏହି ବାଇକ୍ ନିଜ ସ୍ପୋର୍ଟି ଲୁକକୁ ବଜାୟ ରଖିବା ସହ ପରିବେଶ ପରିଷ୍କାରର ସମସ୍ତ ନିୟମ ପାଳନ କରୁଛି ।

ଏଥିରେ ୭୭୬ ସିସିର ପାରାଲାଲ୍ ଟ୍ବିନ୍ ଇଞ୍ଜିନ ଲାଗିଛି ଯାହା ୮୫୦୦ ଆରପିଏମରେ ୮୩ ବିଏଚପିର ସର୍ବାଧିକ ପାଓ୍ବର ଓ ୬୮୦୦ ଆରପିଏମରେ ୭୮ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ । ମୋଟରସାଇକେଲର ଇଞ୍ଜିନକୁ ୬ ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯାଇଛି । ଫିଚର୍ ରୂପେ ବାଇକରେ ରାଇଡ୍ ବାଏ ଓ୍ବାୟର ଥ୍ରୋଟଲ୍, ଟ୍ରାକ୍ସନ କଣ୍ଟ୍ରୋଲର ୩ ସ୍ତର, ଡୁଆଲ ଚ୍ୟାନେଲ୍ ଏବିଏସ୍ ଓ ୩ ରାଇଡିଂ ମୋଡ୍ ମଧ୍ୟ ଦିଆଯାଇଛି । ସେହିଭଳି ଜିଏସଏକ୍ସ-୮ଆରରେ ଷ୍ଟିଲ୍ ଫ୍ରେମ୍ ଓ ଶୋଭାର ୟୁଏସଡି ଫୋର୍କ ଓ ମୋନୋଶକ୍ ରହିଛି । ଏଥିରେ ୧୭ ଇଞ୍ଚର ଟାୟାର ମିଳିବ ।

ଗରମ ପାଣି ପଡ଼ି ଶିଶୁ ଗୁରୁତର: ୭ ଦିନ ହେଲା ଚାଲିଛି ଚିକିତ୍ସା, ସହାୟତା ପାଇଁ ବାପା-ମାଆଙ୍କ ଗୁହାରି

- Advertisement -

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories