www.samajalive.in
Monday, December 15, 2025
15.1 C
Bhubaneswar

ଫେରିବା ଟିକେଟ ବୁକ୍‌ କରି ନ ଥିଲେ ସୋନମ, ସ୍ଵାମୀଙ୍କୁ ହତ୍ୟା କରିବାକୁ ହିଁ ହନିମୁନରେ ଯାଇଥିଲେ

ସମାଜ ଡିଜିଟାଲ ଡେସ୍କ: ସ୍ଵାମୀଙ୍କୁ ହନିମୁନ ପାଇଁ ମେଘାଳୟ ନେଇ​‌ ସେଠାରେ ହତ୍ୟା କରିଥିବା ସୋନମ ରଘୁବଂଶୀଙ୍କ ଭୟଙ୍କର ଷଡ଼ଯନ୍ତ୍ର ଉପରୁ ଗୋଟିଏ ପରେ ଗୋଟିଏ ପରଦା ଉଠିବାରେ ଲାଗି। ନିଜ ପୁରୁଷ ବନ୍ଧୁ ରାଜ କୁଶଓ୍ବାହା ପାଇଁ ସୋନମ ସ୍ଵାମୀ ରାଜା ରଘୁବଂଶୀଙ୍କୁ ସୁପାରି ଦେଇ ମେଘାଳୟରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ପୁଲିସ ସୋନମଙ୍କ ସହିତ ୪ ଜଣଙ୍କୁ ଗିରଫ କରିବା ପରେ ଘଟଣା ଉପରୁ ଧୀରେ ଧୀରେ ରହସ୍ୟ ଉନ୍ମୋଚନ ହେବାରେ ଲାଗିଛି। ଏ​‌ବେ ସାମ୍ନାକୁ ଆସୁଛି ଯେ ସୋନମ ମେଘାଳୟ ଯିବା ଲାଗି ଟିକେଟ କରିଥିଲେ ସତ, କିନ୍ତୁ ଫେରିବା ଟିକେଟ କରି ନ ଥିଲେ। ଯାହାଫଳରେ ଘରୁ ବାହାରିବା ପୂର୍ବରୁ ସେ ରାଜାଙ୍କୁ ହତ୍ୟା କରିବାର ଷଡ଼ଯନ୍ତ୍ର କରି ଯାଇଥିଲେ ବୋଲି ରାଜାଙ୍କ ମା’ ଉମା ରଘୁବଂଶୀ କହିଛନ୍ତି।

ଅନ୍ୟପଟେ ସୋନମଙ୍କ ଉପରେ ପରିବାର ସଦସ୍ୟଙ୍କର କୌଣସି ସନ୍ଦେହ ନ ଥିଲା ବୋଲି ରାଜାଙ୍କ ମା’ କହିଛନ୍ତି। କାରଣ ବିବାହ ପରଠାରୁ ସୋନମ ଜଣେ ଭଲ ବୋହୂ ଭାବେ ଚଳିଆସୁଥିଲେ। ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରୁଥିଲେ। ତେଣୁ ତାଙ୍କ ଉପରେ କାହାରି ସନ୍ଦେହ ନ ଥିଲା।

- Advertisement -

ରାଜାଙ୍କ ମା’ କହିଛନ୍ତି, ଯଦି ସୋନମ ତାଙ୍କ ପୁଅକୁ ଭଲ ପାଉଥାଆନ୍ତା, ତେବେ ସେ କେବେହେଲେ ତାଙ୍କୁ ମରିବାକୁ ଛାଡ଼ି ଦେଇ ପଳାଇ ନ ଥାଆନ୍ତା। ଘଟଣା ପଛରେ ଥିବା ସବୁ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତ ମେ ୨୩ ତାରିଖରେ ମେଘାଳୟର ପୂର୍ବ ଖାସି ପାହାଡ଼ ଜଙ୍ଗଲରୁ ରାଜାଙ୍କ ମୃତଦେହ ମିଳିଥିବାବେଳେ ସୋନମ ନିଖୋଜ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories