www.samajalive.in
Sunday, December 14, 2025
23.1 C
Bhubaneswar

ମହିଳାଙ୍କୁ ୧୩ ଥର ଛୁରି ଭୁସି ହତ୍ୟା କଲା ପ୍ରେମିକ

ସମାଜ ଡିଜିଟାଲ ଡେସ୍କ: ପରକୀୟା ପ୍ରୀତି ପାଇଁ ଜଣେ ମହିଳାଙ୍କୁ ଜୀବନ ହାରିବାକୁ ପଡ଼ିଛି। ସମ୍ପର୍କ ଚ୍ଛିନ୍ନ କରିବାକୁ କହିବାରୁ ପ୍ରେମିକ ତାଙ୍କୁ ୧୩ ଥର ଛୁରି ଭୁସି ହତ୍ୟା କରିଛି। ବେଙ୍ଗାଲୁରୁ ନିକଟରେ ଏକ ହୋଟେଲରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣେ ୨୫ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ଓ ତା’ ନାମ ୟାହସ।

ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ନାମ ହରିଣୀ ଆର(୩୨)। ସେ ହିମାଚଳପ୍ରଦେଶର ୪୧ ବର୍ଷୀୟ ଜଣେ ଚାଷୀଙ୍କୁ ୨୦୧୨ରେ ବିବାହ କରିଥିଲେ। ସେମାନଙ୍କର ୨ଟି ଝିଅ ଅଛନ୍ତି। ୩ ବର୍ଷରେ ତଳେ ସେ ୟାହସଙ୍କୁ ଏକ ଗାଁ ମେଳରେ ଭେଟିଥିଲେ, ଯାହା ପରବର୍ତ୍ତୀ ସମୟରେ ପରକୀୟା ପ୍ରୀତିରେ ପରିଣତ ହୋଇଥିଲା।

- Advertisement -

ୟାହସ ଏବଂ ହରିଣୀଙ୍କ ପରିବାର ଏହା ଜାଣିବା ପରେ ସେମାନଙ୍କୁ ଅଲଗା ହେବାକୁ ଚେତାବନୀ ଦେଇଥିଲେ। ଏହା ପରେ ହରିଣୀ ଆଉ ୟାହସଙ୍କ ସହିତ ମିଳାମିଶା କରି ନ ଥିଲେ। ତେବେ ଶେଷ ଥର ଲାଗି ଉଭୟେ ପରସ୍ପରଙ୍କୁ ଭେଟିବାକୁ ନିଷ୍ପତ୍ତି ନେଇଥିଲେ। ଗତ ୬ ତାରିଖ ସନ୍ଧ୍ୟାରେ ୟାହସ ହରିଣୀଙ୍କୁ ତାଙ୍କ କାରରେ ବସାଇ ପୂର୍ବ ଯୋଜନା ମୁତାବକ ବୁକ୍‌ କରିଥିବା ଏକ ହୋଟେଲକୁ ନେଇଥିଲେ। ରାତିରେ ଦୁହେଁ ସେଠାରେ ରହିଥିଲେ। ଏହି ସମୟରେ ପରିବାରର ଚାପ ଯୋଗୁ ହରିଣୀ ଆଉ ତାଙ୍କୁ ଭେଟି ପାରିବେ ନାହିଁ ବୋଲି ୟାହସଙ୍କୁ କହିଥିଲେ। କିନ୍ତୁ ୟାହସ ହରିଣୀଙ୍କୁ ହତ୍ୟା କରିବା ଲାଗି ପୂର୍ବରୁ ଯୋଜନା କରି ନିଜ ସାଥୀରେ ଏକ ଛୁରି ନେଇ ଆସିଥିଲେ। ହରିଣୀ ଦେଖାସାକ୍ଷାତ ପାଇଁ ମନା କରିବାରୁ ୟାହସ ଛୁରିରେ ତାଙ୍କୁ ୧୩ ଥର ଭୁସି ହତ୍ୟା କରିଥିଲେ। ପରେ ନିଜେ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଯାହାଫଳରେ ପୁଲିସ ତାଙ୍କୁ ଗିରଫ କରିଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories