www.samajalive.in
Tuesday, December 9, 2025
15.1 C
Bhubaneswar

ଖାକିରେ ଗୋଲାପୀ ଦାଗ: ସବ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କଲେ ଗଜପତି ଏସପି

ପାରଳାଖେମୁଣ୍ଡି: ଖାକିରେ ପୁଣି ଗୋଲାପୀ ଦାଗ । ପୁଲିସ ବାବୁଙ୍କ ବିରୋଧରେ ପ୍ରେମ-ପ୍ରତାରଣା ଅଭିଯୋଗ । ଏପରି ଘଟଣା ଘଟିଛି ଗଜପତି ଜିଲାରେ । ଜନୈକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶୋଷଣ କରିଥିବା  ଜଣେ ପୁଲିସ ଏସ୍ଆଇଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଗଜପତି ଏସପି ସାରା ଶର୍ମା ତାଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ସମ୍ପୃକ୍ତ ଏସ୍ଆଇ ଗଜପତି ଜିଲାର  ଆର୍.ଉଦୟଗିରି ଥାନାରେ କାର୍ଯ୍ୟ କରୁଥିଲେ ।

ଅଭିଯୋଗ ଅନୁସାରେ  ସମ୍ପୃକ୍ତ ପୁଲିସ ବାବୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୈହିକ ସମ୍ପର୍କ ରଖିଥିଲେ । ମାତ୍ର ବିବାହ କରିବାକୁ ପରବର୍ତୀ ସମୟରେ ରାଜି ହୋଇ ନ ଥିଲେ । ଏ ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିଥିଲେ ହେଁ ସମ୍ପୃକ୍ତ ପୁଲିସ ବାବୁଙ୍କ ବିରୋଧରେ କିଛି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା ।  ବାଧ୍ୟ ହୋଇ ଯୁବତୀ ଗଜପତି ଏସ୍‌ପି ସାରା ଶର୍ମାଙ୍କ ନିକଟରେ ଅଭିଯୋଗ କରିଥିଲେ  । ଯୁବତୀଙ୍କ ଅଭିଯୋଗ ଓ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସମ୍ପୃକ୍ତ ଏସ୍ଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories