ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନାଟକୀୟ ମୋଡ଼ ନେଉଛି। ଏହି ଘଟଣା ପଛର ଡ୍ରଗ୍ସ କାରବାରର ତଦନ୍ତ କରୁଥିବା ନାର୍କୋଟିକ୍ସ କେଣ୍ଟ୍ରାଲ ବ୍ୟୁରୋ (ଏନସିବି) ଶନିବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ପରିଚାଳକ ସାମୁଏଲ ମିରଣ୍ଡାଙ୍କୁ ୪ଦିନିଆ ରିମାଣ୍ଡରେ ନେଇଛି।
ନିକଟରେ ରିୟା ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ଡ୍ରଗ୍ସ ବିଷୟରେ କଥା ହୋଇଥିବା ହ୍ବାଟ୍ସଆପ୍ ଚାଟ୍ ଭାଇରାଲ୍ ହୋଇଥିଲା। ଏହା ପରେ ଶୁକ୍ରବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟା, ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସହକର୍ମୀ ସାମୁଏଲ ମିରାଣ୍ଡାଙ୍କ ଘରେ ଖୋଜାଖୋଜି କରିଥିଲେ। ପରେ ସୌଭିକ ଏବଂ ସାମୁଏଲଙ୍କୁ ଗିରଫ କରାଯାଇଥିଲା। ଶନିବାର ଏନସିବି ସୌଭିକ୍, ମିରାଣ୍ଡାଙ୍କୁ କୋର୍ଟରେ ହାଜର କରିଥିଲା। ତେବେ ସେଠାରୁ ସୌଭିକ୍ ଏବଂ ମିରାଣ୍ଡାଙ୍କୁ ଚାରି ଦିନିଆ ରିମାଣ୍ଡରେ ନେଇଛି।



