www.samajalive.in
Saturday, December 6, 2025
16.1 C
Bhubaneswar

ସୂର୍ଯ୍ୟଙ୍କ ଉପାସନା ଦୂର କରେ ଜୀବନର ବାଧାବିଘ୍ନ

ସୂର୍ଯ୍ୟଦେବ ସୃଷ୍ଟିର ମହତ୍ତ୍ୱପୂର୍ଣ୍ଣ ଆଧାର ଅଟନ୍ତି। ତାଙ୍କ କାରଣରୁ ହିଁ ପୃଥିବୀରେ ଜୀବନ ସମ୍ଭବ ହୋଇଛି। ଭଗବାନ ସୂର୍ଯ୍ୟ ଉଦୟ ହେବା ପରେ ସମ୍ପୂର୍ଣ୍ଣ ଜଗତର ଅନ୍ଧକାର ନଷ୍ଟ ହୋଇଯାଇ ଚାରିଆଡ଼ ଆଲୋକିତ ହୋଇଯାଏ। ବହୁ ପୁରାତନ କାଳରୁ ସୂର୍ଯ୍ୟଙ୍କ ଉପାସନା କରିବାର ପରମ୍ପରା ରହିଛି। ସୂର୍ଯ୍ୟଦେବ ହେଉଛନ୍ତି ସାକ୍ଷାତ ଦର୍ଶନ ଦେଉଥିବା ଦେବତା। ତାଙ୍କୁ ଗୁରୁଙ୍କ ଆଖ୍ୟା ଦେଇ ନିୟମିତ ତାଙ୍କ ଆରାଧନା କରିବା ଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ସୂର୍ଯ୍ୟଦେବ ସୃଷ୍ଟିରେ ପ୍ରକଟ ହୋଇଥିବା ପ୍ରଥମ ଦେବତା ଅଟନ୍ତି। ତେଣୁ ତାଙ୍କ ନାମ ଆଦିତ୍ୟ। ନବଗ୍ରହଙ୍କ ମଧ୍ୟରେ ସେ ପ୍ରମୁଖ ଦେବତା।
ଗହମର ଦାନ କରିବା ଦ୍ୱାରା ସୂର୍ଯ୍ୟଦେବ ଖୁବ ପ୍ରସନ୍ନ ହୋଇଥାଆନ୍ତି।
ସୂର୍ଯ୍ୟଙ୍କୁ ନିୟମିତ ଅର୍ଘ୍ୟ ଅର୍ପଣ କରନ୍ତୁ। ତମ୍ବାର ପାତ୍ରରେ ନିୟମିତ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରିବା ସମୟରେ ଲାଲ ଓ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
ଯେଉଁ ଗୃହରେ ସୂର୍ଯ୍ୟଙ୍କ କିରଣ ସଠିକ ଭାବେ ନ ପଡ଼େ, ସେଠାରେ ସୂର୍ଯ୍ୟଙ୍କ ପ୍ରତିମା ସ୍ଥାପନା କରାଯାଏ।
ପିଲାଙ୍କ କକ୍ଷରେ ସୂର୍ଯ୍ୟଙ୍କ ପ୍ରତିମା ଲଗାଇଲେ ପାଠ ପଢାରେ ଅଧିକ ଧ୍ୟାନ ଆସିଥାଏ।
ଗୃହରେ ସୂର୍ଯ୍ୟଙ୍କ ପ୍ରତିମା ଲଗାଇଲେ ପରିବାର ସଦସ୍ୟଙ୍କ ସମସ୍ତ ରୋଗ ଦୂର ହୋଇଥାଏ।
ତମ୍ବାରେ ସୁର୍ଯ୍ୟଙ୍କ ନିର୍ମିତ ପ୍ରତିମା ରୋଷେଇ ଘରେ ଲଗାଇବା ଦ୍ୱାରା ଅନ୍ନର ଅଭାବ ହୋଇନଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories