www.samajalive.in
Saturday, December 6, 2025
16.1 C
Bhubaneswar

ଡେଟିଂ ଆପରେ ଯୁବତୀଙ୍କ ଧମକ; ଦିଲ୍ଲୀର ହେବ ନ୍ୟୁକ୍ଲିୟର ଆକ୍ରମଣ

ନୂଆଦିଲ୍ଲୀ: ଦିଲ୍ଲୀରେ ନ୍ୟୁକ୍ଲିୟର ଆକ୍ରମଣ ହେବ। ରାଷ୍ଟ୍ରପତି ଭବନକୁ ଉଡ଼ାଇ ଦିଆଯିବ। ଏକ ଡେଟିଂ ଆପରେ ଜଣେ ଯୁବକଙ୍କ ସହ ବାର୍ତ୍ତାଳାପ କରିବା ସମୟରେ ଜଣେ ଯୁବତୀ ଏଭଳି ଧମକ ଦେଇଛନ୍ତି। ଏହି ଧମକ ପାଇବା ପରେ ସମ୍ପୃକ୍ତ ଯୁବକ ଏ ସମ୍ପର୍କରେ ଦିଲ୍ଲୀ ପୋଲିସକୁ ଅବଗତ କରିଛନ୍ତି। ଏଭଳି ଧମକକୁ ନେଇ ଦିଲ୍ଲୀ ପୋଲିସ ମଧ୍ୟରେ ଅଡୁଆରେ ପଡ଼ିଯାଇଛି।

ପୁଲିସ ସୂଚନା ମୁତାବକ, ବୁଧବାର ରାତିରେ ପୁଲିସ କଣ୍ଟେ୍ରାଲ ରୁମକୁ ଜଣେ ଯୁବକ ଫୋନ କରି ଦିଲ୍ଲୀରେ ନ୍ୟୁକ୍ଲିୟର ଆକ୍ରମଣ କରାଯିବା ସହ ରାଷ୍ଟ୍ରପତି ଭବନକୁ ଉଡ଼ାଇ ଦିଆଯିବ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଖବର ମିଳିବା ପରେ ପୁଲିସ ତାଙ୍କ ଲୋକେଶନ ଟ୍ରାକ କରି ଲକ୍ଷ୍ମୀନଗର ଅଞ୍ଚଳରେ ଚଢ଼ାଉ କରିଥିଲା। ସେଠାରୁ ଯୁବକଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା। ସ୍ଥାନୀୟ ଥାନାରେ ପୁଲିସ, ଗୁଇନ୍ଦା ଏବଂ ଅନ୍ୟ ସୁରକ୍ଷା ସଂସ୍ଥା ପକ୍ଷରୁ ତାଙ୍କୁ ପଚରାଉଚରା କରାଯିବା ପରେ ସେ ଘଟଣା ସମ୍ପର୍କରେ କହିଥିଲେ। ଚାଟିଂ ବେଳେ ଜଣେ ଯୁବତୀ ତାଙ୍କୁ ଏପରି ଧମକ ଦେଇଥିବା ଯୁବକ ଜଣକ କହିବା ସହ ଦେଶର ମଙ୍ଗଳ ପାଇଁ ସେ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇବା ଉଚିତ ମନେକଲେ ବୋଲି ଜଣାଇଥିଲେ। ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଛାଡ଼ି ଦେଇଥିବା ବେଳେ ବର୍ତ୍ତମାନ ଧମକ ଦେଇଥିବା ଯୁବତୀଙ୍କୁ ଠାବ କରିବା ଲାଗି ଉଦ୍ୟମ ଚଳାଇଛି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories